ପୁରୀ: ଚଳିତ ବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ଵପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଅଛି। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ, ଜିଲ୍ଲାପାଳ, ବାଡଗ୍ରାହୀ, ଏବଂ ଦଇତାପତି ମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷ ଗୋଟିଏ ଦିନରେ ନବଯୌବନ ଓ ନେତ୍ରୋତ୍ସବ ଥିବାରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ପ୍ରସାଦ ସେବନ ଉପରେ ଗୁରୁତ୍ବ ଦିଆଯାଇଛି । ଗତବର୍ଷର ପହଣ୍ଡି ଅଘଟଣ ଏଡାଇବାକୁ ସ୍ଵତ୍ଵଲିପି ଅନୁଯାୟୀ ସେବା ସଂପୃକ୍ତ ସେବକଙ୍କୁ ନେଇ ଗଠିତ ହୋଇଛି ପହଣ୍ଡି ଟିମ୍ । ୩ ଜଣିଆ କମିଟିର ପରାମର୍ଶ ଅନୁଯାୟୀ ହେବ ପହଣ୍ଡି କାର୍ଯ୍ୟ । ରଥ ଉପରେ ଓ ପହଣ୍ଡି ସମୟରେ ମୋବାଇଲ୍ ସମ୍ପୁର୍ଣ୍ଣ ବାରଣ ହେବ । ନୀତି ଶୃଙ୍ଖଳା ଓ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତି ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି ନିଯୋଗ ସମ୍ପାଦକ । ୪ଟି ପହଣ୍ଡି ଦଳ ପ୍ରସ୍ତୁତ କରିସାରିଛି ଦଇତାପତି ନିଯୋଗ ।
ଅନ୍ୟ ନିଯୋଗର ସୂଚୀ ଆସିବା ପରେ ହେବ ପହଣ୍ଡି ପାଇଁ ଫାଇନାଲ ଲିଷ୍ଟ ପ୍ରସ୍ତୁତ ହେବ । ଉତ୍ତମ ସମନ୍ଵୟ, ଶୃଙ୍ଖଳିତ ନୀତି, ବ୍ୟବସ୍ଥାବଳି ଅନୂପାଳନ ଉପରେ ଫୋକସ୍ ଦିଆଯାଇଛି । ସେବକଙ୍କ ସହାୟକ କେବଳ ଆବଶ୍ୟକ ସମୟରେ ରଥ ଉପରକୁ ଯାଇପାରିବେ । ଅନ୍ୟ ସମୟରେ ଗଲେ ଆକ୍ସନ ନିଆଯିବ । ରଥ ଉପରକୁ ଛଦ୍ମବେଶୀ ଚଢିଲେ ହେବ ଫୌଜଦାରି ମୋକଦ୍ଦମା । ସ୍ନାନ ପୂର୍ଣ୍ଣିମାରେ ଭକ୍ତ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଛୁଇଁବା ଘଟଣାରେ ଚାଲିଛି ତଦନ୍ତ । ଭିଡିଓ ଫୁଟେଜର ଯାଞ୍ଚ୍ ପରେ ହେବ ଆକ୍ସନ । ସେହିପରି ରତ୍ନଭଣ୍ଡାର ସଂରକ୍ଷଣ କାମ ଶୀଘ୍ର ସାରିବା ପାଇଁ ସେ ଏଏସଆଇକୁ ନିର୍ଦ୍ଦେଶଙ୍କୁ ଚିଠି ଲେଖିଛନ୍ତି । ଜୁନ୍ ୨୮ ରୁ ଜୁଲାଇ ୬ ମଧ୍ୟରେ ରତ୍ନଭଣ୍ଡାର କାମ ତ୍ୱରାନ୍ୱିତ ସହ ଶେଷ କରନ୍ତୁ ବୋଲି ଚିଠି ଲେଖିଛନ୍ତି। ରତ୍ୱଭଣ୍ଡାରର ଗୁରୁତ୍ୱ ଦୃଷ୍ଟିରୁ ଅଗ୍ରାଧିକାର ଭିତ୍ତିରେ ହାତକୁ ନିଅନ୍ତୁ । ରଥଯାତ୍ରା ବେଳେ ଗର୍ଭଗୃହ, ଅନ୍ୟାନ୍ୟ ସଂରକ୍ଷଣ କାର୍ଯ୍ୟ ତଦାରଖ ହେଉ । ଉପନିର୍ଦ୍ଦେଶକ କିମ୍ବା ନିର୍ଦ୍ଦେଶକ ପଦବୀ ଅଧିକାରୀଙ୍କ ଦ୍ୱାରା ତଦାରଖ ହେଉ ବୋଲି ସେ କହିଛନ୍ତି । ଶ୍ରୀମନ୍ଦିରର ଦୀର୍ଘମିଆଦି ସଂରକ୍ଷଣ ତଥା ସ୍ଥାପତ୍ୟ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।