କେନ୍ଦୁଝର: ରଜରେ ସ୍ୱାମୀର ମାରଣାସ୍ତ୍ରରେ ଶାଶୂ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ସୋସୋ ଥାନା ବାଲିବରେଇ ଗାଁରେ ଘଟିଛି । ଏହି ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ପାରିବାରିକ କଳହରୁ ନିଜ ଶାଶୂ ଓ ସ୍ତ୍ରୀକୁ ଆକ୍ରମଣ ହରେକୃଷ୍ଟ ନାୟକ କରିଛି । ବାଲିବରେଇ ଗାଁର ହରେକୃଷ୍ଟ ନାୟକ ପାରିବାରିକ କଳହରୁ ରାଗିଯାଇ ମାରଣାସ୍ତ୍ରରେ ସ୍ତ୍ରୀ ଗୌରୀ ପାତ୍ର ଓ ଶାଶୂ ଶ୍ରୀମତୀ ପାତ୍ରକୁ ଅତର୍କିତ ଭାବରେ ଆକ୍ରମଣ କରିଥିଲା । ଆକ୍ରମଣରେ ମା' ଓ ଝିଅ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଘଟଣାସ୍ଥଳରୁ ସ୍ୱାମୀ ଫେରାର ହୋଇଯାଇଛି । ଏନେଇ ସୋସୋ ଥାନା ପୋଲିସ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।