ଯାଜପୁର: ଯାଜପୁରରେ ହଇଜା ଓ ଝାଡ଼ାବାନ୍ତି ରୋଗ ବ୍ୟାପିବା ନେଇ ସ୍ଥିତି ଗମ୍ଭୀର ରହିଛି । ଏନେଇ ଯାଜପୁରରେ ସ୍ଥିତି ସମୀକ୍ଷା ପାଇଁ ଆସିଛନ୍ତି କେନ୍ଦ୍ରୀୟ ଟିମ୍। ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡ଼ି ବୃନ୍ଦା, ସ୍ପେଶାଲ ସେକ୍ଟରେରୀ ଡ଼ଃ ବିଜୟ ମହାପାତ୍ର, ଆଡ଼ିଶୀନାଲ ଡି.ଏମ.ଇଟି ପ୍ରଫେସର ମିଳିତ ଭାବେ ଯାଜପୁର ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି । ପ୍ରଥମେ ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଝାଡା ବାନ୍ତିର ଅନୁଧ୍ୟାନ କରିଛନ୍ତି। ସେହିପରି ଆସନ୍ତାକାଲି ଓଡ଼ିଶା ଆସି ୧୪ ଜଣିଆ କେନ୍ଦ୍ରୀୟ ଟିମ୍ ସ୍ଥିତି ସମୀକ୍ଷା କରିବେ। ଆସନ୍ତାକାଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବି ଘଟଣା ସ୍ଥଳକୁ ଯିବେ।
ଯାଜପୁରରେ କଲେରା ବ୍ୟାପିବା ପରେ ଗ୍ରାଉଣ୍ଡ ଜିରୋରେ ପାନୀୟ ଜଳ ବିଶୋଧନ କରାଯାଇଥିବା ବେଳେ ପ୍ରତ୍ୟେକ ଗାଁରେ ଆଶା ଓ ଅଙ୍ଗନୱାଡି କର୍ମୀ ସଚେତନ କରୁଛନ୍ତି । ଗତ କାଲି ୨୧ଟି ନମୁନା ର ପରୀକ୍ଷା ଯାଇଥିବା ବେଳେ ୧୧ କଲେରା ପଜିଟିଭ ରିପୋର୍ଟ ଆସିଛି । ତେବେ ଏବେବି ଜିଲ୍ଲାରେ ୨୨୦ ରୁ ଊର୍ଦ୍ଧ ରୋଗୀ ଚିକିତ୍ସିତ ହେଉଛନ୍ତି । ସେପଟେ ଭୋଜି ଭାତ ନକରିବାକୁ ଜିଲ୍ଲାପାଳ ମାର୍ଗଦର୍ଶିକା ଜାରି କରିଛନ୍ତି ।