ଭୁବନେଶ୍ୱର: ଏଥର ଫିକା ପଡ଼ିବ ରଜ ପାଳନ, କାରଣ ରାଜ୍ୟରେ ଏବେ ଉତ୍ତର ପଶ୍ଚିମ ମୌସୁମୀ ବାୟୁ ଗତି କରୁଛି। ଯାହାର ପ୍ରଭାବରେ ଆଗାମୀ ସାତ ଦିନ ପାଇଁ ବର୍ଷା ଜାରି ରହିବ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ। ରାଜ୍ୟରେ ବର୍ଷା ଜାରି ରହିବା ସହ ମୋସୁମୀ ଜନିତ ପାଗ ମଧ୍ୟ ଅନୁଗୁଳ ରହିବ।
ଆସନ୍ତା ୨୪ଘଣ୍ଟା ମଧ୍ୟରେ ମଧ୍ୟ ଓଡ଼ିଶାର କିଛି ଅଂଶକୁ ମୋସୁମୀ ଆଗକୁ ବଢିବ ବୋଲି ପୁର୍ବାନୁମାନ କରାଯାଇଛି। ସେହିପରି ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଓ ଉତ୍ତର ଉପକୂଳ ଓଡିଶାର ଉପରି ଭାଗରେ ଏକ ଘୁର୍ଣ୍ଣିଝଡ ଥିବାରୁ ଆଗାମୀ ସାତ ଦିନ ପାଇଁ ବର୍ଷା ରହିବ । କେତକ ସ୍ଥାନରେ ରଜରେ ପ୍ରବଳ ବର୍ଷା ପୁର୍ବାନୁମାନ କରିଛି ପାଣିପାଗ ବିଭାଗ ।ଏପରିକି କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସହ ବଜ୍ରପାତ ମଧ୍ୟ ପୁର୍ବନୁମାନ କରିଛି ପାଣିପାଗ ବିଭାଗ।
ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, କେନ୍ଦ୍ରାପଡା, ଜଗତସିଂହପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଓ ପବନ ଘଣ୍ଟା ପ୍ରତି ୩୦ରୁ ୪୦କିମି ବେଗରେ ବହିବାର ପୁର୍ବାନୁମାନ ହୋଇଛି । ଏନେଇ ବାକି ରାଜ୍ୟର ଅନେକ ସ୍ଥାନରେ ମଧ୍ୟମରୁ ହାଲୁକା ଧରଣର ବର୍ଷା ଜାରି ରହିବ ।