ନୂଆଦିଲ୍ଲୀ: ଇସ୍ରାଏଲ ସୁରକ୍ଷା ବଳ(ଆଇଡିଏଫ) ଦ୍ୱାରା ଶୁକ୍ରବାର ଏକ୍ସରେ ସେୟାର କରାଯାଇଥିବା ଏକ ମାନଚ୍ଚିତ୍ର ନୂତନ ବିବାଦକୁ ଜନ୍ମ ଦେଇଛି । ଏହି ନକ୍ସାରେ ଇରାନ ମିସାଇଲ ରେଞ୍ଜକୁ ଦେଖା ଯାଇଥିଲା । ମାତ୍ର ଏଥିରେ ଭାରତର ମାନଚ୍ଚିତ୍ରକୁ ବିକୃତ କରି ଦର୍ଶା ଯାଇଥିଲା । ଏହାକୁ ନେଇ ଭାରତୀୟବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ନକ୍ସାରେ ଜମ୍ମୁ-କାଶ୍ମୀରକୁ ପାକିସ୍ତାନର ଅଂଶ ଏବଂ ଅରୁଣାଚଳ ପ୍ରଦେଶକୁ ଚୀନର ଅଂଶ ଭାବେ ଉଲ୍ଲେଖ କରାଯାଇଛି । ଏହାକୁ ଭାରତୀୟ ୟୁଜର୍ସ ସୋସିଆଲ ମିଡିଆରେ କଡା ଆପତ୍ତି ପ୍ରକାଶ କରିଛନ୍ତି । ବିବାଦ ବଢିବା ପରେ ଆଇଡିଏଫକୁ କ୍ଷମା ମାଗିବାକୁ ପଡିଛି ।
ଜୁନ ୧୩ରେ ଆଇଡିଏଫ ଏକ ଗ୍ରାଫିକାଲ ବିଶ୍ୱ ମାନଚ୍ଚିତ୍ର ପୋଷ୍ଟ କରିଥିଲା । ଏଥିରେ ଦର୍ଶାଯାଇଥିଲା ଯେ, ଇରାନର ମିସାଲ ଦୁନିଆର କେଉଁ କେଉଁ ଭାଗ ପର୍ଯ୍ୟନ୍ତ ଟାର୍ଗେଟ୍ କରିପାରେ । ପୋଷ୍ଟରେ ଲେଖା ଯାଇଥିଲା ଯେ, ଇରାନ ବିଶ୍ୱ ପାଇଁ ଏକ ବଡ ବିପଦ । ଇସ୍ରାଏଲ ତାର ଅନ୍ତିମ ଲକ୍ଷ୍ୟ ନୁହେଁ, ଏହା ତ କେବଳ ଆରମ୍ଭ । ଆକ୍ରମଣ କରିବା ବ୍ୟତୀତ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନ ଥିଲା ତେବେ ଏହି ନକ୍ସାରେ ଭାରତୀୟ ସୀମାକୁ ସଠିକ ଭାବେ ଚିତ୍ରଣ କରାଯାଇ ନ ଥିଲା, ଯାହାକୁ ନେଇ ନୂତନ ବିବାଦ ଦେଖା ଦେଇଛି ।
ସୋସିଆଲ ମିଡିଆ ୟୁଜର୍ସ ଖୁବ୍ ଶୀଘ୍ର ନକ୍ସାରେ ଭୁଲକୁ ଧରି ନେଇଥିଲେ । ଜମ୍ମୁ-କାଶ୍ମୀରକୁ ପାକିସ୍ତାନର ଅଂଶ ଏବଂ ଅରୁଣାଚଳ ପ୍ରଦେଶକୁ ଚୀନର ଅଂଶ ଭାବେ ଦେଖାଇବା ସହ ଉତ୍ତର ପୂର୍ବ ଅଞ୍ଚଳକୁ ନେପାଳ ସହ ଯୋଡା ଯାଇଥିଲା । ଏହି ଭୁଲ୍ ନକ୍ସାକୁ ନେଇ ଭାରତୀୟ ନାଗରିକ ଓ ନେତାମାନେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି । କାରଣ ଏହା ଭାରତର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତା ଉପରେ ପ୍ରଶ୍ନ ଉଠିଥାଏ ।
ଏକ୍ସରେ ଜଣେ ୟୁଜର୍ସ ଆଇଡିଏଫର ପୋଷ୍ଟ ତଳେ କଡା ପ୍ରତିକ୍ରିୟା ଦେଇଛନ୍ତି । ସେ ଲେଖିଛନ୍ତି, ଦୟା କରି ଭାରତର ସୀମାକୁ ଠିକ କରନ୍ତୁ । ଏମିତି ତ୍ରୁଟି କରନ୍ତୁ ନାହିଁ । ଆଉ ଜଣେ ୟୁଜର କହିଛନ୍ତି ଇସ୍ରାଏଲ କାଶ୍ମୀରକୁ ପାକିସ୍ତାନ ଓ ଅରୁଣାଚଳ ପ୍ରଦେଶକୁ ଚୀନର ଅଂଶ ଭାବେ ଦେଖାଇଛି । ଏହାକୁ ତୁରନ୍ତ ହଟାନ୍ତୁ ।
ଖମା ମାଗିଲା ଆଇଡିଏଫ
ଇିବାଦ ବଢୁଥିବା ଦେଖି ଆଇଡିଏଫ ଜୁନ ୧୩ ତାରିଖ ଅପରାହ୍ନରେ ଏକ ପୋଷ୍ଟ କରି ଉତ୍ତର ରଖିଛି । ଏଥିରେ ଆଇଡିଏଫ କହିଛି ଯେ, ଏହି ପୋଷ୍ଟ କେବଳ କ୍ଷେତ୍ରକୁ ଚିତ୍ରଣ କରୁଛି । ଏହି ନକ୍ସା ସୀମାକୁ ସଠିକ ଭାବେ ଦର୍ଶାଉ ନାହିଁ । ଏହି ଫଟୋ କାରଣରୁ କାହାରିକୁ ଯଦି ଆଘାତ ଲାଗିଛି ଆମେ କ୍ଷମା ମାଗୁଛୁ । ଏହା ବ୍ୟତୀତ ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ମଧ୍ୟ ସଫେଇ ଦେଇଛନ୍ତି । ସେ କହିଛନ୍ତି, ଏହା ଏକ ଖରାପ ଇନଫୋଗ୍ରାଫିକ । ଏହାକୁ ଠିକ୍ କରିବା ପାଇଁ କହି ଦିଆଯାଇଛି । ଏହି କ୍ଷମା ପରେ ବି ଅନେକ ୟୁଜର୍ସ ଦାବି କରିଛନ୍ତି ଯେ, ଭୁଲ ନକ୍ସାକୁ ହଟାଇ ଠିକ ନକ୍ସା ସହ ନୂଆ ପୋଷ୍ଟ କରନ୍ତୁ ।