ନୂଆଦିଲ୍ଲୀ: ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ଭୟଙ୍କର ସ୍ଥିତିରେ ପହଞ୍ଚିଛି । ଏବେ ଇରାନ ପାଲଟା ଜବାବ ଦେବା ଆରମ୍ଭ କରିଛି । ଟାଇମ୍ସ ଅଫ ଇସ୍ରାଏଲର ରିପୋର୍ଟ ଅନୁସାରେ ଇରାନ ଇସ୍ରାଏଲ ଉପରେ ବ୍ୟାପକ ମାତ୍ରାରେ ବାଲାଷ୍ଟିକ ମିସାଇଲରେ ହମଲା କରିଛି । ୧୦୦ରୁ ଅଧିକ ମିସାଇଲ ହମଲା ଇସ୍ରାଏଲ ଉପରେ କରାଯାଇଥିବା ଇରାନ ଦାବି କରିଛି । ଏହି ହମଲା ପରେ ପୂରା ଇସ୍ରାଏଲରେ ଏୟାର ରେଡ୍ ସାଇରନ ବାଜିବାରେ ଲାଗିଛି । ଜେରୁସେଲମ, ତେଲ ଅଭିବ ସମେତ ଅନେକ ସହରରେ ବଡ ଧମାକାର ଶବ୍ଦ ଶୁଣିବାକୁ ମିଳିଛି ।
ଇସ୍ରାଏଲର ଡିଫେନ୍ସ ଫୋର୍ସେସ(ଆଇଡିଏଢ଼) ନିଜର ବୟାନରେ କହିଛି ଯେ, କିଛି ସମୟ ପୂର୍ବେ ଇସ୍ରାଏଲ ଉପରେ ମିସାଇଲ ହମଲା ପରେ ଅନେକ ଅଞ୍ଚଳରେ ସାଇରନ ବାଜି ଉଠିଛି । ଏମିତି ସ୍ଥିତିରେ ସେଲଟର ହୋମରେ ରହିବାକୁ ନାଗରିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସବୁ ମଧ୍ୟରେ ଇରାନ ଦାବି କରିଛି ଯେ, ଇସ୍ରାଏଲର ଜଣେ ପାଇଲଟ ଜୀବିତ ଧରା ପଡିଛନ୍ତି । ଏହି ପାଇଲଟ ସେହି ବିମାନ ସଦସ୍ୟଙ୍କ ମଧ୍ୟରୁ ଜଣେ ଯିଏ ଆଜି ଇରାନର ଆଣବିକ ଭଣ୍ଡାର ଉପରେ ହମଲା କରିଛି ।
ଏଏଫପିର ସୂଚନା ଅନୁଯାୟୀ, ଜେରୁସେଲମର ଆକାଶରେ ବିସ୍ଫୋରଣ ହୋଇଛି । ଏହା ଇରାନ ପକ୍ଷରୁ ହୋଇଥିବା ମହଲାକୁ ପଣ୍ଡ କରିଛି । ଇସ୍ରାଏଲର ସେନା ନିଜର ଆଣ୍ଟି ମିସାଇଲ ସିଷ୍ଟମକୁ ହମଲାକୁ ରୋକିବା ପାଇଁ ଆକ୍ଟିଭ ମୋଡରେ ରଖିଛି । ଏମିତି ହମଲା ସେହି ସମୟରେ ହୋଇଛି ଯେତେବେଳେ ଇସ୍ରାଏଲ ପକ୍ଷରୁ ଇରାନ ଉପରେ କ୍ରମାଗତ ଦୁଇ ଥର ଏୟାରଷ୍ଟ୍ରାଇକ ହୋଇଛି । ଇସ୍ରାଏଲର ହମଲାରେ ଇରାନର ଆଣବିକ କେନ୍ଦ୍ରରେ ବହୁତ କ୍ଷତି ଘଟିଛି । ଆଣବିକ ପ୍ରକଳ୍ପରେ ନିୟୋଜିତ ଅନେକ ବୈଜ୍ଞାନିକଙ୍କ ମଧ୍ୟ ଇରାନ ଆକ୍ରମନରେ ପ୍ରାଣ ହରାଇଛନ୍ତି ।