ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ ଜୋରଦାର ହମଲା କରିଛି । ଏହି ହମଲାରେ ଇରାନ ସେନାର ମୁଖ୍ୟ ମହମ୍ମଦ ବାଘେରୀଙ୍କ ମୃତ୍ୟୁ ଘଟିଛି । ଏହା ସହିତ ମିସାଇଲ ପ୍ରକଳ୍ପର ନେତୃତ୍ୱ ନେଉଥିବା ଜେନେରାଲ ଅଲି ହାଜିଜାଦେହଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଅନେକ ବରିଷ୍ଠ କମାଣ୍ଡରଙ୍କ ମଧ୍ୟ ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ଘଟିଛି । ଏଥିସହ ଇସ୍ରାଏଲ ଆକ୍ରମଣରେ ଇରାନର ଆଣବିକ କେନ୍ଦ୍ରର ବଡ କ୍ଷତି ଘଟିଛି । ଏହି ହମଲା ପରେ ଇରାନ ପକ୍ଷରୁ ପାଲଟା ଜବାବ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଇସ୍ରାଏଲ ଆଲର୍ଟ ମୋଡରେ ରହିଛି ଏବଂ ସାରା ଦୁନିଆରେ ନିଜର ଦୂତାବାସ ବନ୍ଦ କରିବାକୁ ଯାଉଛି । ଇସ୍ରାଏଲର ସ୍ୱିଡେନ ସ୍ଥିତ ଦୂତାବାସ ଶୁକ୍ରବାର ଏହି ସୂଚନା ଦେଇଛି । ଏହି କ୍ରମରେ ବର୍ଲିନ ଦୂତାବାସକୁ ବନ୍ଦ କରାଯାଇଛି ।
ଇସ୍ରାଏଲ ଇରାନର ମୋଟ୍ ୨୦ ଟପ୍ ମିଲିଟାରୀ କମାଣ୍ଡର୍ସକୁ ଚିର ନିଦ୍ରାରେ ଶୁଆଇ ଦେଇଛି । ଏହା ପରଠୁ ଏହାକୁ ଇରାନ ହମଲାର ଡର ଘାରିବାରେ ଲାଗିଛି । ତେଣୁ ଇସ୍ରାଏଲ ପୂରା ଆଲର୍ଟ ମୋଡରେ ରହିଛି ଏବଂ ହମଲାରୁ କେମିତି ନିଜକୁ ବଞ୍ଚାଇବା ସହ ଜବାବ ଦେବ ତାର ପ୍ରସ୍ତୁତି କରୁଛି । ସ୍ୱିଡେନ ସ୍ଥିତ ଦୂତାବାସର କହିବା କଥା ସାଂପ୍ରତିକ ଘଟଣାକ୍ରମକୁ ଦେଖି ସବୁ ଦେଶରେ ନିଜର ଦୂତାବାସ ବନ୍ଦ କରିବ । ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଦୂତାବାସ ବନ୍ଦ ରହିବ ।
ଇସ୍ରାଏଲର ଏହି ନିଷ୍ପତ୍ତିକୁ ସ୍ପଷ୍ଟ ଯେ, ଆଗାମୀ ଦିନରେ ମହାଯୁଦ୍ଧ ସ୍ଥିତି ଉତ୍ପନ ହୋଇପାରେ । ଇରାନ ଇସ୍ରାଏଲକୁ ଧମକ ଦେଇଛି ଯେ ଏବେ ସେ କାହାଣୀର ଅନ୍ତ ଲେଖିବ । ଏହା ପରଠୁ ଇସ୍ରାଏଲ ଆଲର୍ଟ ମୋଡରେ ରହିଛି । ପରିସ୍ଥିତି ଏମିତି ଯେ, ଇରାନ ଓ ଇସ୍ରାଏଲ ନିଜର ଏୟାରସ୍ପେସ ବନ୍ଦ କରିଛନ୍ତି । ପଡୋଶୀ ଦେଶ ଇରାକ, ସିରିଆ, ଜୋର୍ଡାନ ଓ ଲେବାନନ ମଧ୍ୟ ନିଜର ବାୟୁସୀମା ବନ୍ଦ କରିଛନ୍ତି ।
ପରିସ୍ଥିତି ଏମିତି ଉପୁଜିଛି ଯେ, ଇସ୍ରାଏଲ ଓ ଇରାନ ବ୍ୟତୀତ ଦୁନିଆର ବଡ ମହାଶକ୍ତି ଚିନ୍ତିତ । ଇସ୍ରାଏଲର ହମଲା ପରଠୁ ଉତ୍ପନ ସ୍ଥିତି ଉପରେ ଫ୍ରାନ୍ସ, ବ୍ରିଟେନ ଓ ଜର୍ମାନୀର ନେତାମାନେ ବିଚାର ବିମର୍ଶ କରିଛନ୍ତି । ତିନି ଦେଶର ସର୍ବୋଚ୍ଚ ନେତା ଫୋନରେ ଦୀର୍ଘ ସମୟ ଆଲୋଚନା କରିଛନ୍ତି । ଅନ୍ୟପଟେ ଆମେରିକା ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଯେ, ଯଦି ଇରାନ ପକ୍ଷରୁ ଇସ୍ରାଏଲ ଉପରେ ହମଲା ହୁଏ ତେବେ ତାଙ୍କ ଦେଶ ଇସ୍ରାଏଲ ସମର୍ଥନରେ ଛିଡା ହେବ ।