ପୁରୀ: ଆଜି ଦ୍ଵିତୀୟ ଦିନରେ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ କରୁଛନ୍ତି ଭକ୍ତ । ସକାଳୁ ସକାଳୁ ମହାପ୍ରଭୁ ଅଲାରନାଥଙ୍କୁ ଦର୍ଶନ ପାଇଁ ଲାଗିଛି ଲମ୍ବା ଲାଇନ । ଶ୍ରଦ୍ଧାଳୁ ବ୍ୟରିକେଡରେ ଯାଇ ଅର୍ଗଳି କାଠ ନିକଟରୁ ଦର୍ଶନ କରୁଛନ୍ତି । ଆଜି ଭୋର ୪ଟାରେ ମନ୍ଦିର ଖୋଲା ଯାଇଥିଲା । ମଙ୍ଗଳ ଆଳତୀ, ଅବକାଶ,ତଡ଼ପ ଲାଗି, ବେଶ , ତୁଳସିଲାଗି, ଗୋପାଳ ବଲ୍ଲଭ ସରିବାପରେ ଏବେ ସର୍ବସାଧାରଣ ଦର୍ଶନ ୬ ଟାରୁ ଆରମ୍ଭ ହୋଇଛି ।
ସେପଟେ ଶ୍ରୀଜୀଉ ମାନେ ଅଣସର ଘରେ ଗୁପ୍ତ ସେବା ପାଉଛନ୍ତି। ଏହି ସମୟରେ ଅଲାରନାଥ ପୀଠରେ ଚତୁର୍ଭୁଜ ନାରାୟଣଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍ତି। ଏହି ୧୪ ଦିନ ବ୍ରହ୍ମଗିରି ଅଲାରନାଥ ପୀଠ ପଲଟିଯାଏ ଦ୍ଵିତୀୟ ଶ୍ରୀକ୍ଷେତ୍ର।