ଭୁବନେଶ୍ୱର: ଚଳିତ ବର୍ଷ ଯୁକ୍ତ ୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଗୁରୁବାର ପ୍ରକାଶ ପାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ କଟ୍ ଅଫ୍ ତାଲିକା ପ୍ରକାଶ ପାଇଛି । କଳା, ବିଜ୍ଞାନ ଏବଂ ବାଣିଜ୍ୟରେ ସର୍ବାଧିକ କଟ୍ଅଫ୍ ସହ ରେଭେନ୍ସା ବିଶ୍ୱବିଦ୍ୟାଳୟ ରାଜ୍ୟରେ ଅନ୍ୟମାନଙ୍କଠାରୁ ଆଗରେ ରହିଛି ।
ରେଭେନ୍ସାରେ ରାଜନୀତି ବିଜ୍ଞାନରେ ସର୍ବାଧିକ ୯୨.୮୦% କଟ୍ଅଫ୍ ରହିଥିବାବେଳେ, ପ୍ରାଣୀ ବିଜ୍ଞାନରେ ୯୪%, ପଦାର୍ଥ ବିଜ୍ଞାନରେ ୯୩.୬୭% ଏବଂ ବାଣିଜ୍ୟରେ ୯୦.୫୦ ପ୍ରତିଶତ କଟ୍ଅଫ୍ ମାର୍କ ରହିଛି ।