କନ୍ଧମାଳ: ଦନ୍ତା ହାତୀ ଆକ୍ରମଣରେ ପୁଣି ୩ ଜଣଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବନାଞ୍ଚଳର ପାବୁରିଆ ସେକ୍ସନରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଡ଼ାମ୍ବା ଗାଁର ୨ ଜଣ ଓ ପାବୁରିଆ ଗାଁର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ବାସୁଦେବ ପ୍ରଧାନ, କୀର୍ତ୍ତନ ବଗର୍ତ୍ତି ଓ ଦୁରୀ ପ୍ରଧାନ।
ଏହି ତିନି ଜଣ ବ୍ୟକ୍ତି ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଖବର ପାଇ ବନ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଁଚିଛି । ଦନ୍ତା ହାତୀର ଏଭଳି ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ କୋକୂଆ ଭୟ ସୃଷ୍ଟି ହୋଇଛି ।