ଭଦ୍ରକ: ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବଢିବାରେ ଲାଗିଛି । ଲୁଟେରାଙ୍କ ଟାଗେର୍ଟ ରହିଛି ବ୍ୟାଙ୍କ । ବ୍ୟାଙ୍କରୁ ମୋଟାଅଙ୍କର ଟଙ୍କା ଲୁଟ୍ କରିବାକୁ ସେମାନେ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । ଆଜି ଗୋଟିଏ ଦିନରେ ୨ଟି ଭିନ୍ନ ଭିନ୍ନ ଜାଗରୁ ବ୍ୟାଙ୍କ ଲୁଟ୍ ହୋଇଛି । ଭଦ୍ରକରେ ବ୍ୟାଙ୍କ ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟ୍ କରିଥିବା ବେଳେ କେନ୍ଦୁଝରରେ ଗ୍ରାମ୍ୟ ବ୍ୟାଙ୍କରୁ ବି ସଶସ୍ତ୍ର ଡକାୟତି କରିଛନ୍ତି ଲୁଟେରା ।
ଭଦ୍ରକରେ ବନ୍ଧୁକ ମୁନରେ ବ୍ୟାଙ୍କରୁ ଲୁଟ୍ ହୋଇଛି । ୪ଜଣ ମୁଖାପିନ୍ଧା ଦୁର୍ବୁତ୍ତ ବ୍ୟାଙ୍କକୁ ଆସି ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ରଖି ଡକାୟତି ହୋଇଛନ୍ତି। ଭଦ୍ରକର ତିହିଡ଼ି ବଜାର ସ୍ଥିତ ଇଟ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରେ ଏଭଳି ଲୁଟ୍ ହୋିଛି । ଲୁଟେରାମାନେ ୭ଲକ୍ଷ ୫୫ ହଜାରରୁ ଅଧିକ ଟଙ୍କା ଲୁଟ୍ ନେଇଛନ୍ତି । ତେବେ ଲୁଟ୍ ଘଟଣାକୁ ନେଇ ତିହିଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସେହିପରି କେନ୍ଦୁଝର ଥାନା ଅନ୍ତର୍ଗତ ବୈତରଣୀ ଗ୍ରାମ୍ୟ ବ୍ୟାଙ୍କରୁ ବି ସଶସ୍ତ୍ର ଡକାୟତି ହୋଇଛି । ଗ୍ରାମ୍ୟବ୍ୟାଙ୍କରୁ ବଡ଼ ଧରଣର ଲୁଟ୍ କରି ୫ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ସୂଚନା ମୁତାବିକ ଗୁରୁବାର ସକାଳେ ବ୍ୟାଙ୍କ ଖୋଲିବା ସମୟରେ ୫ଜଣ ଡକାୟତ ମୁଖା ପିନ୍ଧି ଆସି ବନ୍ଧୁକ ଦେଖାଇ ଟଙ୍କା ଓ ସୁନା ଲୁଟିନେଇଛନ୍ତି । ଖବର ପାଇ ଯୋଡ଼ା ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଜନଗହଳିପୂର୍ଣ୍ଣ ଅଂଚଳରୁ ଦିନ ଦ୍ବିପ୍ରହରେ ଲୁଟ୍ କରି ପୁଲିସକୁ ଖୋଲା ଚ୍ୟାଲେଞ୍ଚ ଦେଇଛନ୍ତି ଲଟେରା । ଲୁଟ୍ ଆନୁମାନିକ ମୂଲ୍ୟ ୧୧ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।