ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା କରଡକଣା ପଞ୍ଚାୟତ ଶବରପଲ୍ଲୀ ଗାଁରେ ଘଟିଛି ଏକ ଦୁଃଖଦ ଘଟଣା। ବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ଅଜା-ନାତିଙ୍କ ଜୀବନ। ମୃତକ ହେଲେ ଶବରପଲ୍ଲୀ ଗାଁ ପଞ୍ଚାନନ ନାୟକ ଓ ତାଙ୍କ ନାତି ରୋହନ ପାଇକ। ତେବେ ଉକ୍ତ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ଅଜା ନାତି ଏକାଠି ଘର ଭିତରେ ଶୋଇଥିଲେ। ସେହି ସମୟରେ ହଠାତ ଏକ ବିଷାକ୍ତ ସାପ ଦୁହିଁଙ୍କୁ କାମୁଡ଼ି ଦେଇଥିଲା। ଏହାପରେ ଦୁଇଜଣ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ପରିବାର ଲୋକେ ଧାଇଁ ଆସିଥିଲେ। ସେଠାରେ ଉଭୟ ଯନ୍ତ୍ରଣା ପାଉଥିବା ଦେଖିବାକୁ ପାଇଥିଲେ ଆଉ ଶେଷରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରାଥମିକ ଚିକିତ୍ସା କରାଯାଥିଲା। ସେଠାରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ପରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।