ନୂଆଦିଲ୍ଲୀ: ଭାରତର ବାୟୁସେନା ବିଶ୍ୱର ତୃତୀୟ ସବୁଠୁ ଶକ୍ତିଶାଳୀ ସେନା ପାଲଟିଛି । ୱାର୍ଲ୍ଡ ଡାଇରେକ୍ଟରୀ ଅଫ ମଡର୍ଣ୍ଣ ମିଲିଟାରୀ ଏୟାରକ୍ରାଫ୍ଟର ସଦ୍ୟତମ ମାନ୍ୟତାରେ ଭାରତୀୟ ବାୟୁସେନା ଚୀନକୁ ପଛରେ ପକାଇ ଦେଇଛି । ପ୍ରଥମ ନମ୍ବରରେ ଆମେରିକା, ଦ୍ୱିତୀୟରେ ରୁଷ ଏବଂ ଏହା ପରେ ରହିଛି ଭାରତର ନମ୍ବର । ହେଲେ ଚୀନ ପାଖରେ ଭାରତଠୁ ଅଧିକ ସୈନ୍ୟ ବିମାନ ରହିଛି । ମାତ୍ର ୱାର୍ଲ୍ଡ ଡାଇରେକ୍ଟରୀ ଅଫ ମଡର୍ଣ୍ଣ ମିଲିଟାରୀ ଏୟାରକ୍ରାଫର ଏହି ରାଙ୍କିଙ୍ଗ ବାୟୁସେନାର ମାରକ କ୍ଷମତା ଆଧାରରେ ସ୍ଥିର କରାଯାଇଛି ।
ୱାର୍ଲ୍ଡ ଡାଇରେକ୍ଟରୀ ଅଫ ମଡର୍ଣ୍ଣ ମିଲିଟାରୀ ଏୟାରକ୍ରାଫ ଦୁନିଆର ସମଗ୍ର ଦେଶର ବାୟୁସେନା ଶକ୍ତିକୁ ଆକଳନ କରିଥାଏ । ଉଲ୍ଲେଖନୀୟ ଏହି ରାଙ୍କିଙ୍ଗ କେବଳ ବିମାନର ସଂଖ୍ୟାରେ ହୁଏ ନାହିଁ, ଏଥିରେ ଲଢୁଆ ଶକ୍ତି, ରକ୍ଷା କ୍ଷମତା, ଲଜିଷ୍ଟିକ ସପୋର୍ଟ, ଟ୍ରେନିଂ ଓ ବୈଷୟିକ ଜ୍ଞାନ କୌଶଳକୁ ଆଧାର କରି ପ୍ରସ୍ତୁତ କରାଯାଏ । ପାକିସ୍ତାନର ଏୟାରଫୋର୍ସ ଚୀନରୁ ନିର୍ମିତ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭର ମାତ୍ର ଜ୍ଞାନ କୌଶଳ ଓ ପ୍ରଶିକ୍ଷଣ ମାମଲାରେ ଭାରତ ବହୁ ଆଗରେ ରହିଛି ।
ଚୀନ ନିଜର ବାୟୁସେନା ଫ୍ଲିଟକୁ ଅପଗ୍ରେଡ କରିବା ଓ ଆଡଭାନ୍ସ ଟେକ୍ନୋଲୋଜି ବିକଶିତ କରିବାରେ ବିଲିୟନ ଡଲାର ଖର୍ଚ୍ଚ କରୁଛି । କିନ୍ତୁ ଭାରତ କେବଳ ମେସିନରେ ନୁହେଁ ତା ସହ ପାଇଲଟଙ୍କ ଟ୍ରେନିଂ ଉପରେ ମଧ୍ୟ ଧ୍ୟାନ ଦେଉଛି । ଭାରତର ବାୟୁସେନାର ଶକ୍ତିର ପ୍ରକୃତ କାରଣ ଦ୍ରୁତ ପ୍ରତିକ୍ରିୟା ଦେବାର କ୍ଷମତା ଓ ସଠିକ ହମଲା କରିବାର ସାମର୍ଥ୍ୟ ରହିଛି । ଭାରତର ତିନି ସେନାଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିଛି । ଏହି ଭାଗିଦାରୀ ଯୁଦ୍ଧ ସମୟରେ ବେଶ ଗୁରୁତ୍ୱ ରହିଥାଏ । ରୁଷ ନିକଟରେ ହୋଇପାରେ ଅଧିକ ବିମାନ ରହିଛି ମାତ୍ର ୟୁକ୍ରେନ ପରେ ନିୟନ୍ତ୍ରଣ କରି ପାରିନାହିଁ ।
Also read; ହ୍ୱାଇଟ୍ ହାଉସ ଅଧିକାରୀଙ୍କ ବଡ ଦାବି, ରୁଷଠୁ ତେଲ କିଣାରେ ୫୦ ପ୍ରତିଶତ ହ୍ରାସ କରୁଛି ଭାରତ