ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୂରକୁ ନେଇ ଶନିବାର ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଭାରତର ସୈନ୍ୟ ଶକ୍ତି ଏବେ ସେହି ସ୍ତରରେ ପହଞ୍ଚି ସାରିଛି, ଯେଉଁଠି ବିଜୟ ଅଭ୍ୟାସରେ ପରିଣତ ହୋଇ ସାରିଛି । ରାଜନାଥ ଲଖନଉରେ ସଭାକୁ ସମ୍ବୋଧିତ କରି କହିଛନ୍ତି, ଅପରେସନ ସିନ୍ଦୂର ସାବ୍ୟସ୍ତ କରି ଦେଇଛି ଯେ, ବିଜୟ ଆମ ପାଇଁ ଛୋଟ ଘଟଣା ନୁହେଁ । ବିଜୟ ଆମ ପାଇଁ ଅଭ୍ୟାସରେ ପରିଣତ ହୋଇ ସାରିଛି । ଭାରତୀୟ ଶସସ୍ତ୍ର ବଳର ସଠିକତା ଏବଂ ତତ୍ପରତାର ପ୍ରଶଂସା କରି ରାଜନାଥ କହିଛନ୍ତି ଭାରତ ବିରୋଧୀ ଏବେ ଆମର ମିସାଇଲ କ୍ଷମତାରୁ ବର୍ତ୍ତି ପାରିବେ ନାହିଁ ।
ରାଜନାଥ ସିଂ କହିଛନ୍ତି, ଦେଶରକୁ ଭରସା ରହିଛି ଯେ, ଆମର ବିରୋଧୀ ଏବେ ବ୍ରହ୍ମୋସରୁ ବର୍ତ୍ତି ପାରିବ ନାହିଁ । ପାକିସ୍ତାନର ପ୍ରତିଟି ଇଞ୍ଚ ଏବେ ବ୍ରହ୍ମୋସ ମିସାଇଲର ପରିଧିରେ ରହିଛି । ପାକିସ୍ତାନକୁ କଡା ସନ୍ଦେଶ ଦେଇ ରାଜନାଥ କହିଛନ୍ତି ଅପରେସନ ସିନ୍ଦୂରର ଘଟଣା ଭାରତର ସୈନ୍ୟ କ୍ଷମତାର କେବଳ ଏକ ମାତ୍ର ଛୋଟ ନମୂନା ଥିଲା । ଅପରେସନ ସିନ୍ଦୂରରେ ଯାହା ସବୁ ଘଟିଲା ତାହା ଏକ ଟ୍ରେଲର ଥିଲା । ଏହି ଟ୍ରେଲର ପାକିସ୍ତାନକୁ ହୃଦବୋଧ କରାଇଛି ଯେ, ଯଦି ଭାରତ ପାକିସ୍ତାନକୁ ଜନ୍ମ ଦେଇଛି ତେବେ ଜନ୍ମଦାତା ଉକ୍ତ ଦେଶ ସହ କଣ କରି ପାରିବ, ତାହା କହିବାର ଆବଶ୍ୟକତା ନାହିଁ ।
ପ୍ରତିରକ୍ଷା ମନ୍ତ୍ରୀ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଖଉନର ବ୍ରହ୍ମୋସ ଏୟାରୋସ୍ପେସ କେନ୍ଦ୍ରରେ ନିର୍ମିତ ବ୍ରହ୍ମୋସ ମିସାଇଲର ପ୍ରଥମ ଟ୍ରିପକୁ ସବୁଜ ସଙ୍କେତ ଦେଖାଇଛନ୍ତି । ରାଜନାଥ କହିଛନ୍ତି, ବ୍ରହ୍ମୋସ ଟିମ୍ କେବଳ ଗୋଟିଏ ମାସରେ ଦୁଇ ଦେଶ ସହିତ ୪ ହଜାର କୋଟି ଟଙ୍କାର ଡିଲ୍ କରିଛନ୍ତି । ଆଗାମୀ ସମୟରେ ଆମେ ଅନ୍ୟ ଦେଶର ବିଶେଷଜ୍ଞଙ୍କୁ ଲଖଉନରେ ଦେଖିବାଇକୁ ପାଇବା ।
Also read: କ୍ରିକେଟରଙ୍କ ମୃତ୍ୟୁର ପ୍ରତିଶୋଧ ନେବ ଆଫଗାନିସ୍ତାନ, ତାଲିବାନ ସହ ସମାଧାନ ପାଇଁ ନିଜ ମନ୍ତ୍ରୀଙ୍କୁ ପଠାଇଲା ପାକିସ୍ତାନ