ନୂଆଦିଲ୍ଲୀ: ଭାରତ ପକ୍ଷରୁ ରୁଷଠୁ ଅଶୋଧିତ ତୈଳ କ୍ରୟକୁ ନେଇ ବଡ ଦାବି କରିଛନ୍ତି ହ୍ୱାଇଟ୍ ହାଉସର ଅଧିକାରୀ । ରୟଟର୍ସକୁ ଦେଇଥିବା ସୂଚନାରେ ଅଧିକାରୀ କହିଛନ୍ତି ନୂଆଦିଲ୍ଲୀ ଓ ୱାଶିଂଟନ ମଧ୍ୟରେ ଆଲୋଚନା ସକରାତ୍ମକ ରହିଛି । ଏବେ ଭାରତୀୟ ରିଫାଇନର୍ସ ରୁଷଠୁ ତେଲ ଆମଦାନୀ ୫୦ ପ୍ରତିଶତ ହ୍ରାସ କରିଛନ୍ତି । ହେଲେ ଭାରତୀୟ ସୂତ୍ର ଅନୁଯାୟୀ, ଏହି ହ୍ରାସ ଏ ପର୍ଯ୍ୟନ୍ତ ଦେଖିବାକୁ ମିଳିନି । ତେବେ ଡିସେମ୍ବର କିମ୍ବା ଜାନୁଆରୀରେ ଆମଦାନୀ ତଥ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ ।
ସୂତ୍ର ଅନୁଯାୟୀ, ଭାରତୀୟ ଅଶୋଧିତ ତୈଳ କମ୍ପାନିଗୁଡିକ ନଭେମ୍ବର ପାଇଁ ପ୍ରଥମରୁ ହିଁ ଅର୍ଡର ଦେଇ ଦେଇନ୍ତି । ଏଥିରେ ଡିସେମ୍ବରରେ ଆସିବାକୁ ଥିବା କିଛି କାର୍ଗୋ ସାମିଲ୍ । ଭାରତ ସରକାର ଏ ପର୍ଯ୍ୟନ୍ତ ଅଶୋଧିତ ତୈଳ କମ୍ପାନିଗୁଡିକୁ ରୁଷଠୁ ତୈଳ ଆମଦାନୀ କମ କରିବା ପାଇଁ କୌଣସି ଆନୁଷ୍ଠାନିକ ଆଦେଶ ଦେଇ ନାହାନ୍ତି । ପେଟ୍ରୋଲିୟମ ମନ୍ତ୍ରଣାଳୟ ଓ ରୁଷ ତେଲ କିଣୁଥିବା କୌଣସି ଭାରତୀୟ ରିଫାଇନର୍ସ ରୟଟର୍ସର ଏହି ରିପୋର୍ଟ ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।
ରୁଷ-ୟୁକ୍ରେନ ଯୁଦ୍ଧ ପରେ ଭାରତ ରୁଷଠୁ ତେଲ ଆମଦାନୀ ବଢାଇଥିଲା । ୨୦୨୨ ପୂର୍ବରୁ ରୁଷଠୁ ବହୁତ କମ ପରିମାଣର ତୈଳ ଆମଦାନୀ କରୁଥିଲା ଭାରତ । ମାତ୍ର ଏବେ ଭାରତ ମୋଟ୍ ଅଶୋଧିତ ତୈଳର ୩୪ ପ୍ରତିଶତ ରୁଷଠୁ ଆମଦାନୀ କରୁଛି । ବୈଶ୍ୱିକ ଉର୍ଜା ସଙ୍କଟ ସମୟରେ ଭାରତ ପାଇଁ ରୁଷଠୁ ତେଲ କିଣିବା ବିକ୍ରିୟ ଦେଶକୁ ବେଶ ଫାଇଦା ଦେଇଛି । କାରଣ ରୁଷ ମଧ୍ୟ ଭାରତକୁ ତେଲ କିଣାରେ ରିହାତି ଦେଉଛି । ୨୦୨୪ରେ ଭାରତ ରୁଷଠୁ ୮୮ ମିଲିୟନ ଟନ ତେଲ କିଣିଛି । ଘରୋଇ ରିଫାଇନାରି କମ୍ପାନି ରିଲାଏନ୍ସ ଆମଦାନୀ ବଢାଇଥିବା ବେଳେ ସରକାରୀ କମ୍ପାନି ଏଥିରେ ହ୍ରାସ କରିଛନ୍ତି ।
Also read: ଟ୍ରମ୍ପଙ୍କ H-1B ଭିସା ବ୍ୟବସ୍ଥା ନେଇ କୋର୍ଟଙ୍କ ଦ୍ବାରସ୍ଥ ହେବ ଆମେରିକା ଚାମ୍ବର ଅଫ୍ କମର୍ସ!