ନୂଆଦିଲ୍ଲୀ: ଦିଲ୍ଲୀରେ ବଡ ଧରଣର ଅଘଟଣ ଘଟିଛି । ଏଠାରେ ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଘଟଣାର ସୂଚନା ମିଳିବା ମାତ୍ରେ ଦମକଳର 12 ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି । ସୂଚନା ଅନୁଯାୟୀ, ଯେଉଁ ସ୍ଥାନରେ ନିଆଁ ଲାଗିଛି ସେଠାରେ ଅନେକ ସାଂସଦଙ୍କ ବାସଭବନ ରହିଛି । ତେବେ ନିଆଁ କେମିତି ଲାଗିଲା ତାର କାରଣ ସ୍ପଷ୍ଟ ଜଣା ପଡିନାହିଁ ।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଏହି କୋଠାର ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦ରେ କରିଥିଲେ । ଏଥିରେ ଅନେକ ରାଜ୍ୟସଭା ସାଂସଦଙ୍କ ଘର ରହିଥିବା ଜଣା ପଡିଛି । ବ୍ରହ୍ମପୁତ୍ର ଆପାର୍ଟମେଣ୍ଟ ଅନେକ ରାଜ୍ୟସଭା ସାଂସଦଙ୍କ ପାଇଁ ଆବାସୀୟ ପରିସର । ଏହା ନୂଆଦିଲ୍ଲୀର ଡ. ବିଶ୍ୱମ୍ଭର ଦାସ ମାର୍ଗରେ ଅବସ୍ଥିତ । କୋଠାରେ ନିଆଁ ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ନିଆଁ କୋଠାର ଉପର ମହଲାରେ ଲାଗିଛି । ଆପାର୍ଟମେଣ୍ଟ ସଂସଦଠୁ ମାତ୍ର ୨୦୦ ମିଟର ଦୂରରେ ଥିବା କୁହାଯାଉଛି ।
Also read: ପାକିସ୍ତାନର ପ୍ରତିଟି ଇଞ୍ଚ ବ୍ରହ୍ମୋସର ରେଞ୍ଜରେ, ଅପରେସନ ସିନ୍ଦୂର ତ ଟ୍ରେଲର ଥିଲା: ରାଜନାଥ ସିଂ