କଟକ: ଓଡ଼ିଶାର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅବସାନ ହେବାକୁ ଯାଉଛି। ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ମେ’ ୨ ତାରିଖରେ ପ୍ରକାଶ ପାଇବା ମାଟ୍ରିକ ରେଜଲ୍ଟ।
ଗତ ମାର୍ଚ୍ଚ ୧୧ ତାରିଖରେ ପରୀକ୍ଷା ଶେଷ ହେବା ପରଠାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏହି ମୁହୂର୍ତ୍ତକୁ ଅତ୍ୟନ୍ତ ଉତ୍ସୁକତାର ସହ ଅପେକ୍ଷା କରୁଥିଲେ। ଅନେକଙ୍କ ପାଇଁ ଏହା କେବଳ ଏକ ଫଳାଫଳ ନୁହେଁ, ଆଗାମୀ ଜୀବନର ଦିଗ ନିର୍ଦ୍ଦେଶ କରିବାର ପ୍ରଥମ ପଦକ୍ଷେପ। ତେଣୁ ଏହି ରେଜଲ୍ଟକୁ ନେଇ ଉତ୍ସାହ ସହ ଭୟ ମଧ୍ୟ ଦେଖାଯାଉଛି।
ବୋର୍ଡର ସୂଚନା ଅନୁଯାୟୀ, ମେ’ ୨ ତାରିଖ ଅପରାହ୍ଣ ୪ଟାରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରାଯିବ। ତାପରେ ସନ୍ଧ୍ୟା ୬ଟା ପରଠାରୁ ଛାତ୍ରଛାତ୍ରୀମାନେ ଅନଲାଇନ୍ରେ ନିଜର ରେଜଲ୍ଟ ଦେଖିପାରିବେ। ଏହା ପାଇଁ ବୋର୍ଡର ଅଫିସିଆଲ୍ ୱେବସାଇଟ୍ www.bseodisha.ac.in କିମ୍ବା www.bseodisha.nic.in ଉପଲବ୍ଧ ରହିବ। କେବଳ ରୋଲ୍ ନମ୍ବର ଓ ଜନ୍ମତାରିଖ ଦେଲେ ମାତ୍ର କିଛି ସେକେଣ୍ଡ୍ରେ ସ୍କ୍ରିନ୍ରେ ଫଳାଫଳ ଦେଖାଯିବ। ଏହି ଡିଜିଟାଲ୍ ବ୍ୟବସ୍ଥା ଦ୍ୱାରା ଛାତ୍ରଛାତ୍ରୀମାନେ ସାଇବର କାଫେ କିମ୍ବା ନିଜ ମୋବାଇଲ୍ରୁ ଘରେ ବସି ଖୁବ୍ ସହଜରେ ମାର୍କସିଟ୍ ଡାଉନଲୋଡ୍ କରିପାରିବେ।
ଅଧିକ ପଢନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଦିନ: ପ୍ରକାଶ ପାଇଲା ICSE-ISC ରେଜଲ୍ଟ, ଜାଣନ୍ତୁ କିପରି ଦେଖିବେ ପରୀକ୍ଷାଫଳ