ଭୁବନେଶ୍ୱର : ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବଡ ସୂଚନା। ଆସନ୍ତା ୨୦୨୬ ମସିହା ଫେବୃଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। କଳା, ବିଜ୍ଞାନ, ବାଣିଜ୍ୟ ସମେତ ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତରେ ହେବ ପରୀକ୍ଷା । ଫେବୃଆରୀ ୧୫ରୁ ୨୫ ମଧ୍ୟରେ ଯେକୌଣସି ତାରିଖରେ ଆରମ୍ଭ ହେବ ପରୀକ୍ଷା । ଏନେଇ ସୂଚନା ଦେଲେ CHSE ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା।
ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ାଙ୍କ କହିବା ଅନୁଯାୟୀ ଡିସେମ୍ବର ୧୫ ତାରିଖ ସୁଦ୍ଧା ପରୀକ୍ଷାର୍ଥୀଙ୍କୁ ମିଳିବ ଆଡମିଟ୍ କାର୍ଡ। ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ରୁ ୩୧ ଯାଏଁ ହେବ। ଜାନୁଆରୀ ୨ରୁ ୧୫ ଯାଏଁ ହେବ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା। ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା। ଏଥର ମୋଟ୍ ୧୩୪୯ ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା।
ସୂଚନା ଥାଉକି ପୂର୍ବରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଫର୍ମ ଫିଲପ ତାରିଖ ଘୋଷଣା କରିଛି ସିଏଚଏସଇ । ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୨୦ ତାରିଖରୁ ନଭେମ୍ବର ୬ ତାରିଖ ଭିତରେ ଫର୍ମ ଭରିବେ । ତେବେ ୨୦୦ ଟଙ୍କା ଫାଇନରେ ନଭେମ୍ବର ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ କରିବେ ଫର୍ମ ଫିଲଅପ୍ । ୬ ଶହ ଟଙ୍କା ଫାଇନ୍ରେ ନଭେମ୍ବର ୧୭ ତାରିଖରୁ ୧୯ ତାରିଖ ମଧ୍ୟରେ ଫର୍ମ ଭରିପାରିବେ ରେଗୁଲାର ଛାତ୍ରଛାତ୍ରୀ ।
ସେହିପରି ଭାବରେ ଏକ୍ସରେଗୁଲାର ପରୀକ୍ଷାର୍ଥୀ ଅକ୍ଟୋବର ୨୫ ତାରିଖ ଭିତରେ ଫର୍ମ ଭରିବେ । ତେବେ ୨୦୦ ଟଙ୍କା ଫାଇନରେ ନଭେମ୍ବର ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ କରିବେ ଫର୍ମ ଫିଲଅପ୍ । ୬ ଶହ ଟଙ୍କା ଫାଇନ୍ରେ ନଭେମ୍ବର ୧୭ ତାରିଖରୁ ୧୯ ତାରିଖ ମଧ୍ୟରେ ଫର୍ମ ଭରିପାରିବେ ଏକ୍ସ- ରେଗୁଲାର ଛାତ୍ରଛାତ୍ରୀ । ଏହା ସହିତ ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ରହି ୪୦ ଟଙ୍କା ରହିଛି ।