ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ନାବାଳିକା ଦୁଷ୍କର୍ମ ମାମଲା ଭିନ୍ନ ମୋଡ଼ ନେଇଛି । ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ଭଳି, ଏହି ଦୁଷ୍କର୍ମ ମାମଲାରେ ସେକ୍କ ରାକେଟ୍ ଲିଙ୍କ୍ ଥିବା ଜଣାପଡ଼ିଛି । ଲକ୍ଷ୍ମୀସାଗର ଅଞ୍ଚଳରେ କ୍ୟାପିଟାଲ୍ ଥାନା ପୋଲିସ ଟିମ୍ ଚଢ଼ଉ କରିଛି । ଏକ ବନ୍ଦ ଘର ଭିତରୁ ୧୦ରୁ ଅଧିକ ଯୁବତୀଙ୍କୁ ଉଦ୍ଧାର କରାଯାଇଛି ।
ଗତକାଲି ବିଳମ୍ବିତ ରାତିରେ କ୍ୟାପିଟାଲ ଥାନା ଅଧିନ ଅଶୋକନଗର ଅଞ୍ଚଳରୁ ରାସ୍ତାକଡ଼ରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ନାବାଳିକା । ସ୍ଥାନୀୟ ଲୋକ ଦେଖି ପୋଲିସକୁ ସୂଚନା ଦେବା ପରେ ନାବାଳିକାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ଦେହରେ ଏକାଧିକ ସ୍ଥାନରେ କ୍ଷତଚିହ୍ନ ରହିଛି । ପୀଡିତାଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି । ଘଟଣାର ତଦନ୍ତ ଚାଲିଥିବା ବେଳେ ଖୁବ୍ଶୀଘ୍ର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କମିଶନର କହିଛନ୍ତି।