ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ । ଦକ୍ଷିଣ ବଙ୍ଗୋପସାଗରରେ ଆସନ୍ତା ୨୧ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପଟି ମୁଖ୍ୟତଃ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡକୁ ଗତି କରି ପାରେ ବୋଲି ଆକଳନ କରାଯାଉଛି । ଏହାର କୌଣସି ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ଏହି ଲଘୁଚାପ ୨୩ ତାରିଖରେ ଅବପାତର ରୂପ ନେବେ, କିନ୍ତୁ ଏହାର ପ୍ରଭାବ ଓଡିଶାରେ ପଡିବ ନାହିଁ ।
ବାଦାୟ ନେଲା ମୌସୁମୀ: ଆସୁଛି ଶୀତ
ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁରୁବାର ଦିନ ସମଗ୍ର ଦେଶରୁ ପ୍ରତ୍ୟାହାର ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି। ଓଡ଼ିଶାର ଅବଶିଷ୍ଟ ଅଞ୍ଚଳ ସମେତ ଦେଶରୁ ବିଦାୟ ନେଇଛି ମୌସୁମୀ। ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁଥିଲା ମୌସୁମୀ ବାୟୁ। ମେ ୨୪ ତାରିଖରେ କେରଳରେ ପହଞ୍ଚିଥିଲା। ସେହିପରି ମଇ ୨୮ ତାରିଖରେ ଏହା ଓଡ଼ିଶା ଛୁଇଁଥିଲା। ଏବେ ସାରା ଦେଶରୁ ମୌସୁମୀ ଅପସାରଣ ନେଇ ପାଗ ଅନୁକୂଳ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ ଦକ୍ଷିଣ ପଶ୍ଚିମ ବାୟୁ ଅପସାରଣ ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଏଥିସହିତ ଆଗାମୀ ୫ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ।