ଦେଓଗଡ଼ : ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀଙ୍କ ଆତଙ୍କ। କେତେବେଳେ ଖାଦ୍ୟ ଶସ୍ୟ ନଷ୍ଟ କରୁଛନ୍ତି ତା କେତେବେଳେ ଧନଜୀବନ ହାନି କରୁଛନ୍ତି। ତେବେ ସେହିଭଳି ପୁଣି ଦେଓଗଡ଼ ଜିଲ୍ଲାର କୁଣ୍ଢେଇଗଳା ଗାଁରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇପଡିଛନ୍ତି। ତେଣୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଆହତ ବ୍ୟକ୍ତି କୁଣ୍ଢେଇଗଳା ଗାଁର ରାଜେନ୍ଦ୍ର ପ୍ରଧାନ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ଶୁକ୍ରବାର ଭୋର୍ ସମୟରେ କୁଣ୍ଢେଇଗଳା ଗାଁର ରାଜେନ୍ଦ୍ର ପ୍ରଧାନ ଶୌଚ ପାଇଁ ଟିକିରା ନଦୀ ଆଡ଼କୁ ଯାଉଥିଲେ। ସେହି ସମୟରେ ଗାଁ ମୁଣ୍ଡ ୫୩ ନମ୍ବର ଜାତୀୟ ରାଜପଥ ଉପରେ ହାତୀ ଦୌଡ଼ି ଆସି ରାଜେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ। ଯାହାଫଳରେ ରାଜେନ୍ଦ୍ର ତଳେ ପଡି ଯାଇଥିଲେ ଏବଂ ତାଙ୍କର ଛାତି, ଅଣ୍ଟା ଓ ହାତରେ ଗଭୀର ଆଘାତ ଲାଗିଥିଲା। ଏହାପରେ ରାଜେନ୍ଦ୍ରଙ୍କ ଚିତ୍କାର ଶୁଣି ଗୁରୁତର ତାଙ୍କୁ ପରିବାର ଲୋକେ ତୁରନ୍ତ ଚିକିତ୍ସା ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ଏହାପରେ ଗ୍ରାମବାସୀ ବନବିଭାଗ ଖବର ଦେଇଥିଲେ। ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ହାତୀକୁ ଆୟତ୍ତ କରିଥିଲେ।