ପୁରୀ : ଷ୍ଟଣ୍ଟ ଦେଖାଇବା ପଡିଲା ମହଙ୍ଗା। ଷ୍ଟଣ୍ଟ ଦେଖାଇବା ବେଳେ ଜଳିଗଲେ ଛାତ୍ର । ବ୍ରହ୍ମଗିରି ବ୍ଲକ ବାଲୁକେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଜଳିଯାଇ ଗୁରୁତର ହୋଇଥିବା ଜଣାଯାଇଛି। ଗୁରୁତର ଛାତ୍ରଙ୍କୁ ଚିକିତ୍ସା ପାଇଁ ପୁରୀ ସଦରମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବିକ ବିଦ୍ୟାଳୟ ଭିତରେ ଥିବା ପ୍ରେଟୋଲ ବୋତଲରୁ ପ୍ରେଟୋଲ ନେଇ ଷ୍ଟଣ୍ଟ ଦେଖାଉଥିଲେ ୨ଜଣ ଛାତ୍ର। ଷ୍ଟଣ୍ଟ ଦେଖାଇବା ବେଳେ ଏଭଳି ଅଘଟଣ ଘଟି ନିଆଁ ଲାଗି ପୋଡିଯାଇଛନ୍ତି ।