ଭୁବନେଶ୍ୱର: ନୂଆପଡ଼ା ଉପ ନିର୍ବାଚନରେ କଂଗ୍ରେସ ସମର୍ଥିତ ଘାଷିରାମ ମାଝୀଙ୍କୁ ପାଇଁ ପ୍ରଚାର କରିବେ ଜାତୀୟ ସ୍ତରର ବହୁ ନେତା । ଆଜି ଦଳ ପକ୍ଷରୁ ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରାଯାଇଛି । ଯେଉଁଥିରେ ବହୁ ହେଭିୱେଟ୍ ନେତାଙ୍କ ନାମ ସାମିଲ ରହିଛି ।
କଂଗ୍ରେସ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲୁ ଘାସିରାମଙ୍କ ପାଇଁ ପ୍ରଚାର କରିବେ । ବିଜେପି କଂଗ୍ରେସ ମଧ୍ୟ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ୱାଘେଲଙ୍କ ଷ୍ଟାର୍ ପ୍ରଚାରକ କରିଛି । ବିଜେପି ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କକୁ ପ୍ରଚାରକ ତାଲିକାରେ ରଖିଛି । ଏହା ସହିତ ପିସିସି ସଭାପତି ଭକ୍ତ ଚରଣ ଦାସ, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ରାଜସ୍ଥାନର ସଚିନ ପାଇଲଟ୍, ସାଂସଦ ସପ୍ତଗିରି ଉଲାକା, ଏ ରେଭନ୍ଥ ରେଡ୍ଡୀ, ମଲ୍ଲୁ ଭାଟ୍ଟି ବିକ୍ରମର୍କା, ଗିରିଧର ଗମାଙ୍ଗ, କହ୍ନେୟା କୁମାର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ଶେହନୱାଜ ଚୌଧୁରୀ, କିଶୋର ପଟେଲ୍, ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି, ସି.ଏସ୍ ରାଜନ ଏକ୍କା, ସନ୍ତୋଷ ସିଂ ସାଲୁଜା ଏବଂ ମନୋଜ ମିଶ୍ର ପ୍ରମୁଖଙ୍କ ନାମ ସାମିଲ ରହିଛି ।
ଉପନିର୍ବାଚନ ପାଇଁ ବିଜେପି ଓ ବିଜେଡ଼ି ନିଜର ଷ୍ଟାର୍ ପ୍ରଚାରକ ତାଲିକା ଜାରି କରିସାରିଛନ୍ତି । କଂଗ୍ରେସର ଘାସିରାମ ମାଝୀ ନାମାଙ୍କନ ଦାଖଲ କରିସାରିଛନ୍ତି । ଆସନ୍ତାକାଲି ବିଜେପି ସମର୍ଥିତ ପ୍ରାର୍ଥୀ ଜୟ ଢୋଲକିଆ ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିବାର କାର୍ଯ୍ୟକ୍ରମ ରହିଛି ।