ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ଷ୍ଟାର୍ ପ୍ରଚାରକଙ୍କ ତାଲିକା ଜାରି କରିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ପ୍ରଚାର ମଇଦାନକୁ ଓହ୍ଲାଇବେ । ମୋଟ ୪୦ ନେତା ଓ ନେତ୍ରୀ ପ୍ରଚାର ମଙ୍ଗ ସମ୍ଭାଳିବେ ଏବଂ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ଭୋଟ୍ ମାଗିବେ ।
ବିଜେଡ଼ିର ତାର ଷ୍ଟାର୍ ପ୍ରଚାରକ ତାଲିକାରେ ସମସ୍ତ ତୁଙ୍ଗ ନେତାଙ୍କୁ ସାମିଲ କରିଛି । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନିରଞ୍ଜନ ପୂଜାରୀ, ଅରୁଣ କୁମାର ସାହୁ, ପ୍ରତାପ ଦେବ, ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ସଞ୍ଜୟ ଦାସ ବର୍ମା, ଦିବ୍ୟଶଙ୍କର ମିଶ୍ର, କଳିକେଶ ନାରାୟଣ ସିଂହଦେଓ, ପ୍ରୀତି ରଞ୍ଜନ ଘଡ଼ାଇ, ଟୁକୁନି ସାହୁ, ସୁଲତା ଦେଓ, ଲେଖାଶ୍ରୀ ସାମନ୍ତସିଂହାର, ସୁଦାମ ମାରଣ୍ଡି, ଦେବେଶ ଆଚାର୍ଯ୍ୟ, ପ୍ରଦୀପ କୁମାର ଦିଶେରୀ, ସରୋଜ କୁମାର ମେହର, ରୋହିତ ପୂଜାରୀ, ମୁନ୍ନା ଖାନ, ବିକ୍ରମ ପଣ୍ଡା, ଭୃଗୁ ବକ୍ସିପାତ୍ର, ଯୋଗେଶ ସିଂହ, ନିରଞ୍ଜନ ବିଶି, ମନୋହର ରାନ୍ଧାରୀ, ରମେଶ ମାଝୀ, ପ୍ରଦୀପ ମାଝୀ, ଅଧିରାଜ ପାଣିଗ୍ରାହୀ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ସୁବାଷିନୀ ଜେନା, ବର୍ଷା ସିଂହ ବରିହା, ଦୀପାଳି ଦାସ, ମନୋରମା ମହାନ୍ତି, ଚିନ୍ମୟ ସାହୁ ଓ ଇପସିତା ସାହୁ ପ୍ରଚାର କରିବେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ବିଜେପି ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କରିସାରିଛି । ସେପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନାମାଙ୍କନ ଦାଖଲ କରିସାରିଛନ୍ତି ।