କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ମାଳପୁରା ଓଭର୍ ବ୍ରିଜ୍ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ବାଇକ୍ ଏବଂ ଟ୍ରକ୍ ପରସ୍ପର ସହ ଧକ୍କା ହେବାରୁ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ, ୬ ବର୍ଷର ଝିଅ ଏବଂ ୮ ବର୍ଷୀୟା ଝିଆରୀର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଢେଙ୍କାନାଳ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହ ଗୁଡ଼ିକୁ ଜବତ କରିଛି ।
ପ୍ରକାଶ ଥାଉକି, ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ଭଟଲି ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା । କାର୍ ଡିଭାଇଡର ଉପରକୁ ମାଡ଼ିଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ଘରୋଇ କମ୍ପାନୀର କର୍ମଚାରୀ ହୋଇଥିବାବେଳେ ଅନ୍ୟ ଜଣେ ବ୍ୟବସାୟୀ ବୋଲି ଜଣାପଡିଛି ।