ବ୍ର୍ରହ୍ମପୁର: ବହୁ ଚର୍ଚ୍ଚିତ ଏସଆଇ ପରୀକ୍ଷା ଜାଲିଆତି ଘଟଣାରେ ଗିରଫ ଚାରି ଅଭିଯୁକ୍ତ ଗଲେ ଜେଲ୍ । ଚାରି ଅଭିଯୁକ୍ତୁ ଶୁକ୍ରବାର ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟରେ ଜାଜର କରାଯାଇଥିଲା । କୋର୍ଟ ଜାନାଞ୍ଜୁର କରିବା ସହ ୪ ଜଣଙ୍କୁ ଜେଲ୍ ହାଜତକୁ ପଠାଇ ଦେଇଛନ୍ତି । ଚାରି ଅଭିଯୁକ୍ତଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି ।
ଏହି ଘଟଣାରେ ଏ ପର୍ଯ୍ୟନ୍ତ ୧୨୧ ଜଣଙ୍କ ଗିରଫ ହୋଇ ସାରିଛି । କିନ୍ତୁ ଏ ପର୍ଯ୍ୟନ୍ତ ଘଟଣାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟିକୁ ପୋଲିସ ଖୋଜି ପାଉନି । ଆଜି ଜେଲ୍ ଯାଇଥିବା ଚାରି ଅଭିଯୁକ୍ତ ହେଉଛନ୍ତି ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଟି ଅଭିମନ୍ୟୁ ଏବଂ ପ୍ରିୟଦର୍ଶିନୀ ସାମଲ୍ । ଗତକାଲି ନୟାଗଡ ଜିଲ୍ଲାର ଦଶପଲ୍ଲା ସ୍ଥିତ କୁଜମେଣ୍ଡି ଫାର୍ମ ହାଉସରେ ଲୁଚିଥିବା ଦଲାଲ ମୁନା ମହାନ୍ତିଙ୍କୁ ପୋଲିସ ଗିରଫ କରିଛି ।
ଏହା ସହ ଫାର୍ମ ହାଉସରେ ତାକୁ ସହଯୋଗ କରିଥିବା ସୌମ୍ୟା ପ୍ରିୟଦର୍ଶିନୀ ଏବଂ ସୁକାନ୍ତ ମହାରଣା ସହ ଫାର୍ମ ହାଉସର ମାଲିକ ଅଭିମନ୍ୟୁ ଦୋରାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ମୁନ୍ନା ମହାନ୍ତିର ଏକ ସ୍କର୍ପିଓ, ଏକ ଥାର୍ ଏବଂ ଦୁଇଟି ହାଇଓ୍ବା ଜବତ କରାଯାଇଛି । ଏମାନଙ୍କୁ ମିଶାଇ ଏପର୍ୟ୍ୟନ୍ତ ପୋଲିସ ଝଓ ସ୍କାମରେ ୧୨୧ଜଣଙ୍କୁ ଗିରଫ କରାଯାଇଛି । ଏବେ ମୁନ୍ନା ମହାନ୍ତି ଓ ଅରବିନ୍ଦ ଦାସକୁ ରିମାଣ୍ଡରେ ନେଇ ଅଧିକ ପଚରା ଉଚରା କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।
ଅନ୍ୟପଟେ ଘଟଣାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟିକୁ ଗିରଫ କରି ପାରି ନାହିଁ ପୋଲିସ । ଶଙ୍କର ପୃଷ୍ଟିକୁ ଗିରଫ ପାଇଁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍ ଉଦ୍ୟମ ଜାରି ରଖିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।