କୋଲକାତା: ପଶ୍ଚିମବଙ୍ଗ ଦୁର୍ଗାପୁରରେ ଦୁଷ୍କର୍ମ ଶୀକାର ହୋଇଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଆଇକ୍ୟୁ ହସ୍ପିଟାଲ ପକ୍ଷରୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି ।
ଦୁର୍ଗାପୁରରେ ମେଡ଼ିକାଲ ପଢ଼ୁଥିବା ବାଲେଶ୍ୱରର ଜଣେ ଓଡ଼ିଆ ଝିଅ ଗଣଦୁଷ୍କର୍ମର ଶୀକାର ହୋଇଥିଲେ । ପାରାନଗଞ୍ଜ ଜଙ୍ଗଲର କାଲାବାଡ଼ି ଶ୍ମଶାନ ନିକଟରେ ଏହି ନାରକୀୟ କାଣ୍ଡ ଘଟିଥିଲା । ପ୍ରାୟ ଏକ ସପ୍ତାହ ହେବ ସେ ଆଇକ୍ୟୁ ମେଡ଼ିକାଲରେ ଚିକିତ୍ସାଧୀନ ଥିଲେ । ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି । ଏହି ମାମଲାରେ ପୀଡ଼ିତାଙ୍କ ପୁରୁଷ ବନ୍ଧୁ ସମେତ 6 ଜଣଙ୍କୁ ଗିରଫ କରାଯାଇଛି । ଗଣଦୁଷ୍କର୍ମ ମାମଲାରେ ସେଖ୍ ରିଆଜଉଦ୍ଦିନ, ଫିର୍ଦ୍ଦୋଶ ସେଖ୍, ଅପ୍ପୁ ବାଉରୀ, ନାସିରଉଦ୍ଦିନ ଓ ସେଖ୍ ସଫିକ୍ ଉଲ୍ ଗିରଫ ହୋଇଛନ୍ତି । ତେବେ ପୁରୁଷ ବନ୍ଧୁ କାହିଁକି ପୀଡ଼ିତାଙ୍କୁ ଜଙ୍ଗଲ ଭିତରକୁ ଡାକି ନେଇଥିଲେ, ତାହା ଏବେବି ଅସ୍ପଷ୍ଟ ରହିଛି ।