ଭୁବନେଶ୍ବର: ଆସନ୍ତା ୨୦ ତାରିଖ ସୋମବାର ଦୀପାବଳି ଛୁଟି ଘୋଷଣା । ରାଜସ୍ବ ବିଭାଗ ପକ୍ଷରୁ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରସ୍ତାବ ଦିଆଯାଇଥିବା ସୂଚନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଛୁଟି ଘୋଷଣା ହୋଇଛି।
ସୂଚନା ଥାଉକି ପୂର୍ବରୁ ୨୧ ତାରିଖକୁ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର । ହେଲେ ଦୀପାବଳି ପାଳନ ନେଇ କିଛି ଲୋକ ଆସନ୍ତା ୨୦ ତାରିଖକୁ କହୁଥିବାବେଳେ, ଆଉ କିଛି ୨୧ ତାରିଖ ଦିନ ଦୀପଦାନ ଏବଂ ପୟା ଶ୍ରାଦ୍ଧ ପାଳିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ବୈଠକ ହେବା ପରେ ଏହି ଦ୍ବନ୍ଦ ଦୂର ହୋଇ ୨୦ରେ ଦୀପାବଳି ଏବଂ ପୟା ଶ୍ରାଦ୍ଧ ହେବ ବୋଲି ନିଷ୍ପତ୍ତି ହୋଇଥିଲା ।ଏହାପରେ ସରକାର ୨୧ ତାରିଖ ପରିବର୍ତ୍ତେ ୨୦ ତାରିଖକୁ ଛୁଟି ଘୋଷଣା କରିବାକୁ ଦାବି ପରେ ୨୦ ତାରିଖ ସୋମବାର ଛୁଟି ଘୋଷଣା ହୋଇଛି।