ଭୁବନେଶ୍ୱର: ମଧୁବନ ଆଶ୍ରମ,ଇସ୍କନ ଋଷିକେଶର ଅଦିନିଆ ରଥଯାତ୍ରା ପାଳନ ନେଇ ପ୍ରଚାର ପ୍ରସାର କରିବା ପରେ ଏଥିପାଇଁ କିଏ ଅନୁମତି ଦେଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ଏହି ବିବାଦ ଭିତରେ ଇସ୍କନର ଓଡ଼ିଶା କମ୍ୟୁନିକେସନ୍ ନିର୍ଦ୍ଦେଶକ ସ୍ପଷ୍ଟିକରଣ ରଖି କହିଛନ୍ତି ଯେ ଏଥିରେ ଇସ୍କନ ଋଷିକେଶର କୌଣସି ସାଂଗଠନିକ କିମ୍ବା ଭୂମିକା ନ ଥିଲା। ଇସ୍କନ ଋଷିକେଶର କୌଣସି ଭକ୍ତ କିମ୍ବା ପ୍ରତିନିଧି ଅଂଶ ଗ୍ରହଣ କରି ନାହାନ୍ତି। ପୁରୀ ଗଜପତି ମହାରାଜାଙ୍କ ସମ୍ମତି ସମୟ ସାରଣୀ ଅନୁସାରେ ପର୍ବ ପାଳନ କରୁଛି ।
ସୂଚନା ଥାଉ କି ଉତ୍ତରାଖଣ୍ଡ ମଧୁବନ ଆଶ୍ରମ, ରିଷିକେଷ ଦ୍ବାରା ଆୟୋଜିତ ୨୮ ତମ ଶ୍ରୀଜଗନ୍ନାଥ ରଥଯାତ୍ରା ସମ୍ପନ୍ନ କରିଛି ଇସ୍କନ । ଅକ୍ଟୋବର ୭ ତାରିଖ ମଙ୍ଗଳବାର ଦିନ ଏଭଳି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା । ଗତ ୭ ତାରିଖ ସକାଳେ ମଧୁବନ ଆଶ୍ରମ ଠାରୁ ବାହାରି ତ୍ରିବେଣୀ ଘାଟ ଚୌକ ଦେଇ ଗୁରୁଦ୍ୱରା ଶ୍ରୀ ଗୁରୁ ସିଂ ସଭା ରେଲୱ ରୋଡ୍ ରେ ଏହି ଅଦିନିଆ ରଥଯାତ୍ରା ଶେଷ ହୋଇଛି । ବିଧି ପରମ୍ପରା ଭାଙ୍ଗି ଇସ୍କନ ବାରମ୍ବାର ଅଦିନିଆ ରଥଯାତ୍ରା କରୁଛି ।