ନୂଆଦିଲ୍ଲୀ: ଏଣିକି ହୁ (WHO)ର ବିନା ଅନୁମୋଦନରେ କୌଣସି କମ୍ପାନୀ ଓଆରଏସ୍ (ORS) ଲେବଲ୍ ବ୍ୟବହାର କରିପାରିବେନି । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଫିସାଇ (FSSAI) ନିର୍ଦ୍ଦେଶନାମା ଜାରି କରିଛି ।
ଫିସାଇ ୨୦୨୨ ଜୁଲାଇ ୧୪ ଏବଂ ୨୦୨୪ ଫେବୃଆରୀ ୨ରେ ଦେଇଥିବା ଆଦେଶକୁ ବାତିଲ କରିଛି । ଟ୍ରେଡମାର୍କ ନାମରେ ଯେକୌଣସି ଖାଦ୍ୟ ଉତ୍ପାଦର ନାମକରଣରେ ଓଆରଏସକୁ ଓଆରଏସକୁ ପ୍ରିଫିକ୍ସ ବା ସଫିକ୍ସ ଭାବେ ଯୋଡ଼ିବା ଅନୁମତି ବାତିଲ କରାଯାଇଛି । ଏହା ଗ୍ରାହକ ଭ୍ରମିତ କରୁଛି । ଯଦି ଓଆରଏସ ଭୁଲ ଭାବେ ବ୍ୟବହୃତ ହୁଏ, ତେବେ ଏହା ବିପଦ ସୃଷ୍ଟି କରିପାରେ। ଖାଦ୍ୟ ସୁରକ୍ଷା ଓ ମାନକ ୨୦୦୬ର ନିୟମାବଳୀ କଡ଼ା ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ଏହାକୁ ବ୍ୟବହାର କରନ୍ତି ତେବେ ଖାଦ୍ୟ ସୁରକ୍ଷା ଓ ମାନକ ଆଇନ ୨୦୦୬ର ଧାରା ୫୨ ଓ ୫୩ ଅନୁଯାୟୀ ଦଣ୍ଡିତ ହେବେ ।