କଟକ: ପୁଣି ମହାନଦୀରୁ ଉଦ୍ଧାର ହେଲେ ଜଣେ ଯୁବକ । ଏଭଳି ଗୋଟିଏ ଘଟଣା ଦେଖିବାକୁ ମିଳିଛି କଟକ ମହାନଦୀରେ । ଜଣେ ବ୍ୟକ୍ତି ନଦୀରେ ପଡ଼ିଯାଇଥିବା ଖବର କଣ୍ଟ୍ରୋଲ୍ ରୁମ୍କୁ ମିଳିଥିଲା । ଏହାପରେ ସଙ୍ଗେ ସଙ୍ଗେ ଚାଉଳୀଆଗଞ୍ଜ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ । ଅଗ୍ନିଶମ କର୍ମଚାରୀମାନେ ଫୁଲ୍ ବଡି ହାରନେସ୍ ବ୍ୟବହାର କରି ଅତି ସାବଧାନତାର ସହିତ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ ।
ସୂଚନା ଅନୁସାରେ, ଉଦ୍ଧାର ବ୍ୟକ୍ତିଙ୍କ ଶରୀରର ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା । ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣଙ୍କ ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳର ୨୭ ବର୍ଷୀୟ ସତିଶ ରାଉତ ବୋଲି ଜଣାପଡିଛି। ଅଗ୍ନିଶମ ବିଭାଗର କର୍ମଚାରୀ ସଙ୍ଗେ ସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ପଠାଇଥିଲେ । ବ୍ୟକ୍ତି ଜଣକ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ ନଦୀରେ ପଡ଼ିଯାଇଥିଲେ ଓ ବେହୋସ୍ ଅବସ୍ଥାରେ ନଦୀ ବାଲି ଉପରେ ପଡ଼ି ରହିଥିଲେ ।