ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୧ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଇବ ଏବଂ ୨୩ ତାରିଖ ବେଳକୁ ଏହା ଘନିଭୂତ ହୋଇ ଅବପାତର ରୂପ ନେବ । ଏନେଇ କିଛି ପାଣିପାଗ ମଡେଲ ଆକଳନ କରିଛନ୍ତି । ତେବେ ଓଡିଶା ଉପରେ ଏହାର କୈାଣସି ପ୍ରଭାବ ପଡିବ ନାହିଁ ବୋଲି ବରିଷ୍ଠ ପାଣିପାଗବିତ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।
ଏହି ଲଘୁଚାପ କେତେବେଳେ ଘନୀଭୂତ ହେବ ଓ ଏହା ନିର୍ଦ୍ଦିଷ୍ଟ ଭାବେ କେଉଁ ଆଡକୁ ଯିବ , ତାହା ଏବେଠାରୁ କହି ହେବନାହିଁ । ଲଘୁଚାପ ସୃଷ୍ଟି ହେବା ପରେ ଏହାର ସ୍ପଷ୍ଟ ଚିତ୍ର ଆସିବ । ତେବେ ଓଡିଶା ଉପରେ ଏହାର କୈାଣସି ପ୍ରଭାବ ପଡୁନଥିବାରୁ ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ । ଏହାସହ କୈାଣସି ସ୍ଥାନରେ ବର୍ଷା ହେବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।