ଭୁବନେଶ୍ୱର: ସାବାଡ୍ ହେବେ ଅମାନିଆ ଗାଡ଼ି ଚାଳକ । ବେପରୁଆ ଭାବେ ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଅମାନିଆ ଗାଡ଼ି ଚାଳକଙ୍କ ପାଇଁ ଶକ୍ତ ହୋଇଛି କମିଶନରେଟ୍ ଟ୍ରାଫିକ୍ ପୋଲିସ । ଯେଉଁମାନେ ଏକାଧିକବାର ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରୁଛନ୍ତି, ସେମାନଙ୍କ ଗାଡ଼ି ପଞ୍ଜିକରଣ ରଦ୍ଦ କରିବାକୁ କମିଶନରେଟ୍ ପୋଲିସ ରାଜ୍ୟ ପରିବହନ ବିଭାଗକୁ ଚିଠି ଲେଖିଛି ।
କମିଶନରେଟ୍ ପୋଲିସ ଏଭଳି ୨୫୮ଟି ଗାଡ଼ିକୁ ଚିହ୍ନଟ କରିଛି । ଯେଉଁମାନେ ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଛନ୍ତି । ତାଗିଦ ଏବଂ ଚାଲାଣ କଟିବା ସତ୍ୱେ ସୁଧୁରୁ ନାହାଁନ୍ତି ଯ ସେମାନଙ୍କୁ ଗାଡ଼ି ପଞ୍ଜିକରଣ ବାତିଲ କରିବାକୁ ପରିବହନ ବିଭାଗକୁ ଚିଠି କରାଯାଇଛି ।