ଭୁବନେଶ୍ୱର; ଏକ ନୂଆ ଅନ୍ଦାଜ ଏବଂ ନୂଆ ଲୁକରେ ନଜର ଆସିବେ ଇନଷ୍ଟା କ୍ଵିନ୍ ତାନ୍ୟା ମିତ୍ତଲ। OTTରେ ତାନ୍ୟାଙ୍କ ଜଲୱା ଦେଖିବେ ଦର୍ଶକ। ଟେଲି ଜଗତର ଲୋକପ୍ରିୟ ନିର୍ଦେଶିକା ଏକତା କପୁରଙ୍କ ଅପକମିଙ୍ଗ ନିଉ ଶୋ ରେ ନାୟିକା ଭାବେ ତାନ୍ୟା ନଜର ଆସିବା ନେଇ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ହେଉଛି। ଏହାସହିତ ତାନ୍ୟାଙ୍କ ଅଭିନୟ ଦେଖିବା ପାଇଁ ମଧ୍ୟ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ବେଶ ଉତ୍ସାହ ଭରି ରହିଛି।
ସୂଚନା ଅନୁସାରେ, "ବିଗ୍ ବସ୍ ୧୯"ର କଣ୍ଟେଷ୍ଟଣ୍ଟ ଥିଲେ ତାନ୍ୟା ମିତ୍ତଲ। ତାନ୍ୟାଙ୍କ କହିବା ଷ୍ଟାଇଲ ଏବଂ ଡ୍ରେଶସିଂ ସେଠାରେ ସମସ୍ତଙ୍କୁ ବେଶ ପସନ୍ଦ ଆସିଥିଲା। ଏପରିକି ଏକତା କପୁର ମଧ୍ୟ "ବିଗ୍ ବସ୍ ୧୯"ର ତାନ୍ୟାଙ୍କୁ ତାଙ୍କର ଏକ ଶୋ'ରେ ଅଭିନୟ କରିବା ପାଇଁ ଅଫର କରିଥିଲେ। ତାନ୍ୟା ବହୁତ ଖୁସି ହୋଇଥିଲେ ଏବଂ ଶୋ' ଶେଷ ହେବା ପରଠାରୁ ଏକତାଙ୍କ ସହ କାମ କରିବା ପାଇଁ ଅପେକ୍ଷା କରିଥିଲେ।
ଏପରିକି କିଛି ଦିନ ତଳେ ତାନ୍ୟା ମିତ୍ତଲ ଏକତା କପୁରଙ୍କୁ ଭେଟି ତାଙ୍କ ସହିତ ଏକ ଭିଡିଓ ସେୟାର କରିଥିଲେ। ତାନ୍ୟା ଏକତାଙ୍କ ପାଇଁ ବକଲାବା ଏବଂ ଅନେକ ଉପହାର ମଧ୍ୟ ଆଣିଥିଲେ। ଏହାସହିତ ତାନ୍ୟା ଏକତା କପୁରଙ୍କ ସହ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ। ଯେଉଁଥିରେ ଏକତା ତାଙ୍କର ଖୁବ ପ୍ରଶଂସା କରିବା ସହିତ ତାଙ୍କୁ ତାଙ୍କର ନୂତନ ଶୋ ର ଅଭିନୟ କରିବା ନେଇ ମଧ୍ୟ କହିଥିଲେ। ଯାହା ତାନ୍ୟାଙ୍କ ଓଠର ଅସରନ୍ତି ଖୁସି ଆଣିଦେଇଥିଲା। ତାନ୍ୟା ଏକତାଙ୍କୁ ଆଲିଙ୍ଗନ କରି ଧନ୍ୟବାଦ ଜଣାଇଥିଲେ।