ନୂଆଦିଲ୍ଲୀ: ମଧ୍ୟ ଏସିଆରେ ଉତ୍ତେଜନା ମଧ୍ୟରେ ଇରାନ ଉପରେ ଆକ୍ରମଣ କରିଛି ଇସ୍ରାଏଲ । ସ୍ଥିତିକୁ ଦୃଷ୍ଟିରେ ରଖି ଇସ୍ରାଏଲ ସରକାର ନିଜ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଇରାନର ରାଜଧାନୀ ତେହରାନରେ ହମଲା କରାଯାଇଛି । ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଇସ୍ରାଏଲର ଇରାନ ଉପରେ ଆକ୍ରମଣ ବିଶ୍ୱକୁ ମହାଯୁଦ୍ଧ ମୁହାଣରେ ନେଇ ଛିଡା କରିଛି । ଆମେରିକା ଗୋଟିଏ ଦିନ ପୂର୍ବରୁ ହିଁ ଇସ୍ରାଏଲ ଛାଡିବାକୁ ନିଜର ନାଗରିକଙ୍କୁ ଚେତାବନୀ ଦେଇଥିଲା ।
ଇରାନରେ ବାଜିଲା ସାଇରନ
ଇରାନ ଉପରେ ହମଲା ହେବା ମାତ୍ରେ ପୂରା ଇସ୍ରାଏଲରେ ଏକ ସଙ୍ଗେ ସାଇରନ ବାଜି ଉଠିଛି । ଇସ୍ରାଏଲ ସେନା କହିିଛି ଯେ, ଇରାନ ମଧ୍ୟ ଆମ ଉପରେ କ୍ଷେପଣାସ୍ତ୍ର ହମଲା କରିପାରେ । ସ୍ଥିତିର ମୁକାବିଲା ପାଇଁ ଏବଂ ଲୋକଙ୍କୁ ସତର୍କ କରାଇବା ପାଇଁ ସାଇରନ ବଜା ଯାଇଛି । ପୂରା ଦେଶରେ ଯୁଦ୍ଧର ଜରୁରୀକାଳୀନ ସ୍ଥିତି ଲାଗୁ କରାଯାଇଛି ।
ଇସ୍ରାଏଲର ଆକ୍ରମଣରେ ଇରାନର ରାଜଧାନୀ ତେହରାନରେ ଜୋରଦାର ଧମାକା ଶୁଣିବାକୁ ମିଳିଛି । ଇରାନ ମିିଡିଆ ଅନୁସାରେ ଧମାକା ପରେ ସୁରକ୍ଷା ବଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଫୋର୍ସ ନ୍ୟୁଜ ତେହରାନ ରିପବ୍ଲିକ ଅଞ୍ଚଳରେ ଅନେକ କ୍ଷେପଣାସ୍ତ୍ର ମାଡ କରିଛି । ଏ ପର୍ଯ୍ୟନ୍ତ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ ।
ଏପି ରିପୋର୍ଟ ମୁତାବକ କିଛି ଲୋକ କହିଛନ୍ତି, ଶନିବାର ସକାଳେ ତେହରାନରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ଇରାନ ସରକାରଙ୍କ ପକ୍ଷରୁ ଅଦ୍ୟାବଧି କୌଣସି ବୟାନ ଜାରି କରାଯାଇ ନାହିଁ । ଇରାନ ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲୀ ଖାମେନେଇ ତେହରାନରେ ନାହାନ୍ତି । ତାଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ଇରାନୀ ମିଡିଆ ମୁତାବକ, ଇସଲାମିକ ରିଭ୍ୟୁଲୁସନାରୀ ଗାର୍ଡ କପର୍ସର ଇଣ୍ଟେଲିଜେନ୍ସ ବିଭାଗକୁ ଟାର୍ଗେଟ୍ କରିଛି । ଏବେ ପୂରା ଦୁନିଆରେ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି ।