ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ କର୍ମଚାରୀମାନଙ୍କୁ ଦୀପାବଳି ଭେଟି ଦେଇଛନ୍ତି । ରାଜ୍ୟ ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ିଛି । ବର୍ତ୍ତମାନ ମିଳୁଥିବା ୫୫ ପ୍ରତିଶତରୁ ମହଙ୍ଗା ଭତ୍ତା ବଢ଼ି ୫୮ ପ୍ରତିଶତ ହୋଇଛି । ବର୍ଦ୍ଧିତ ମହଙ୍ଗା ଭତ୍ତା ଗତ ଜୁଲାଇରୁ ପିଛିଲା ଭାବେ ଲାଗୁ ପାଇଁ ଘୋଷଣା କରାଯାଇଛି । ଚଳିତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିବ ।
ଏହା ସହିତ ପେନ୍ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ଅକ୍ଟୋବର ମାସ ପେନ୍ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ। ଏହା ଦ୍ୱାରା ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଉପକୃତ ହେବେ।