ନୂଆଦିଲ୍ଲୀ: ତେଲେଙ୍ଗାନାରେ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ବଢାଯିବାକୁ ମଞ୍ଜୁରୀ ଦେଇ ନାହାନ୍ତି ସୁପ୍ରିମକୋର୍ଟ । ତେଲେଙ୍ଗାନା ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟ ଖାରଜ କରିଥିଲେ । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରେବନ୍ତ ରେଡ୍ଡୀଙ୍କ ସରକାର । ଆଉ ଏବେ ସୁପ୍ରିମକୋର୍ଟରୁ ତେଲେଙ୍ଗାନା ସରକାରଙ୍କୁ ଲାଗିଛି ବଡ ଝଟକା । ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହଟ୍ଟାଙ୍କ ପୀଠ ପିଟିସନକୁ ଖାରଜ କରି କହିଛନ୍ତି, ଜାତିଗତ ସଂରକ୍ଷଣ ସୀମା ହେଉଛି ୫୦ ପ୍ରତିଶତ । ଏହାକୁ ଉଲ୍ଲଂଘନ କରାଯାଇ ପାରିବ ନାହିଁ ।
ତେଲେଙ୍ଗାନା ସରକାର ଅଦାଲତରେ ଯୁକ୍ତି ବାଢିଥିଲେ ଯେ, ତାଙ୍କ ସରକାର ୪୨ ପ୍ରତିଶତ ଓବିସି ସଂରକ୍ଷଣ ସୀମା ନିର୍ଦ୍ଧାରଣ କରିଛନ୍ତି, ଯାହା ଏକ ନିତିଗତ ନିର୍ଣ୍ଣୟ । ଏଥିରେ ରାଜ୍ୟର ପଛୁଆ ବର୍ଗଙ୍କୁ ସ୍ଥାନୀୟ ମ୍ୟୁନିସିପାଲଟିରେ ଉଚିତ୍ ପ୍ରତିନିଧିତ୍ୱ ମିଳି ପାରିବ । ଏହି ସଂରକ୍ଷଣ ସହ ରାଜ୍ୟରେ ମୋଟ୍ କୋଟା ୬୭ ପ୍ରତିଶତକୁ ବୃଦ୍ଧି ପାଇବ । ଏହା ଉପରେ ଆପତ୍ତି ପ୍ରକାଶ କରି ହାଇକୋର୍ଟ ଆବେଦନ ଖାରଜ କରିଥିଲେ । ଆଉ ଏବେ ସେହି ସମାନ ନିଷ୍ପତ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ ସଂରକ୍ଷଣ ବୃଦ୍ଧି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟ ଲଗାଇଥିବା ଅନ୍ତରୀଣ ରୋକକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ହାଇକୋର୍ଟରେ ହୋଇିତବା ଶୁଣାଣି ସମୟରେ ରାଜ୍ୟ ସରକାରଙ୍କୁ ଅକ୍ଟୋବର ୯ରେ ୪ ସପ୍ତାହ ଭିତରେ ଜବାବ ଦେବାକୁ ସୁଯୋଗ ଦିଆଯାଇଥିଲା ।
ଏବେ ମାମଲା ହାଇକୋର୍ଟରେ ଶୁଣାଣି ହେବ । ଏବେ ଦେଖିବାକୁ ବାକି ରହିବ ଯେ, ରାଜ୍ୟ ସରକାର ହୋଇକୋର୍ଟରେ କଣ ଉତ୍ତର ରଖୁଛନ୍ତି । ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଓବିସି କେଟା ୪୨ ପ୍ରତିଶତ କରାଯିବାକୁ ଅନେକ ସଂଗଠନ ଓ ଲୋକେ ବିରୋଧ କରିବା ସହ ଚ୍ୟାଲେଞ୍ଜ କରିଥିଲେ । ଏହି ଲୋକଙ୍କ କହିବା କତା ଜାଗିଗତ ସଂରକ୍ଷଣ ସୀମା ୫୦ ପ୍ରତିଶତ ରହିଛି । କିନ୍ତୁ ରାଜ୍ୟ ସରକାର ଏହାକୁ ୬୭ ପ୍ରତିଶତ କରୁଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଯାଉ ବୋଲି ଦାବି କରିଥିଲେ ଅନେକ ସଂଗଠନ ।
Also read: ‘ବନ୍ଦ କର ଘଟିଆ ମାଲ୍ ସପ୍ଲାଇ, ନଚେତ୍ କରି ଦେବୁ ବ୍ଲାକଲିଷ୍ଟ’, କମ୍ପାନିକୁ ରେଳ ମନ୍ତ୍ରୀଙ୍କ ଚେତାବନୀ