ଭଦ୍ରକ: ଧାମନଗରର କପାଳି ନଦୀ ପୁଣି କୁମ୍ଭୀର ଆତଙ୍କ। ନଦୀ ଉପର ମୁଣ୍ଡରେ କୁମ୍ଭୀର ରହିଥିବା ଦେଖିବାକୁ ପାଇଲେ ଗ୍ରାମବାସୀ। ଯାହାଫଳରେ ଉକ୍ତ ସ୍ଥାନରେ ଏକ କୋକୁଆ ଭୟ ସୃଷ୍ଟି ହେବା ସହିତ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ। ଏହାପରେ ତୁରନ୍ତ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ନଦୀ ନିକଟକୁ ନଯିବାକୁ ସମସ୍ତଙ୍କୁ ବାରଣ କରିଛି।
ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ସମୟରେ କିଛି ଲୋକେ ନଦୀକୂଳ ଯାଉଥିଲେ। ଏହି ସମୟରେ ଦୁଇଟି କୁମ୍ଭୀର ନଦୀର କୂଳରେ ଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ। କୁମ୍ଭୀରକୁ ଦେଖିବା ପାଇଁ ଶହ ଶହ ଗ୍ରାମବାସୀଙ୍କ ଭିଡ଼ ନଦୀ କୂଳରେ ଲାଗିଥିଲା। ଏନେଇ ବନ ବିଭାଗକୁ ଜଣିବା ପରେ ଘଟଣାସ୍ଥଳରେ ବନ ବିଭାଗର ଟିମ୍ ପହଞ୍ଚି ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକମାନଙ୍କୁ ସତର୍କ କରିଛନ୍ତି। ନଦୀରେ ପାଣି ଜୋର ଥିବାରୁ ତଳ ମୁଣ୍ଡରୁ କୁମ୍ଭୀର ପଳାଇଥିବା ନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।