କଟକ: ବୁଧବାର ବିଳମ୍ବିତ ରାତିରେ ମହାନଦୀ ପୋଲ ନିକଟରେ ଏକ ଅଘଟଣ ଘଟିଯାଇଛି । ମହାନଦୀକୁ ଡେଇଁ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଯୁବକ ଜଣକଙ୍କ ନାମ ସତିଶ ରାଉତ । ତାଙ୍କ ଘର ଛତିଆ ଅଞ୍ଚଳର ବୋଲି ଜଣାପଡିଛି । ଯୁବକ ଜଣଙ୍କ କାହିଁକି ପୋଲ ତଳକୁ ଡେଇଁଲେ ଏପର୍ଯ୍ୟନ୍ତ ସଠିକ୍ କାରଣ ଜଣାପଡିନଥିବା ବେଳେ ଏସବୁ ବିଷୟରେ ‘ପରେ କହିବି’ ବୋଲି ଯୁବକ ଜଣଙ୍କ କହିଛନ୍ତି ।
ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଉଦ୍ୟମ ଜଣାପଡିନାହିଁ । ଯୁବକଙ୍କ ପଟେକରୁ ମୋଟର ସାଇକଲ ଚାବି ମିଳିଥିବା ବେଳେ ତାଙ୍କର ବେଶି କିଛି କ୍ଷତି ହୋଇନଥିବା ଦେଖିବାକୁ ମିଳିଛି । ଚାଉଳିଆଗଞ୍ଜର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଯୁବଙ୍କୁ ଉଦ୍ଧାର କରିବା ସହ SCB ମେଡିକାଲରେ ଭର୍ତ୍ତି କରାଯାଇଛି ।