ନୂଆଦିଲ୍ଲୀ: ବିଜେପିର ନାମାଙ୍କନ ଦାଖଲ କାର୍ୟ୍ୟକ୍ରମରେ ପରିବର୍ତ୍ତନ ହୋଇଛି । ଆଜି ହେବାକୁ ଥିବା ନାମାଙ୍କନ ସ୍ଥଗିତ ରଖାଯାଇଛି । ନୁହେଁ ଆସନ୍ତା ୧୮ ତାରିଖରେ ବିଜେପି ସମର୍ଥିତ ପ୍ରାର୍ଥୀ ଜୟ ଢୋଲକିଆ ନାମାଙ୍କନ ଦାଖଲ କରିବେ । ଏ ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ଆଜି ନୂଆପଡ଼ାରେ ଏକ ବିଶାଳ ଶୋଭାଯାତ୍ରା କରିବ ଦଳ ଆଉ ନିଜର ଶକ୍ତି ପ୍ରଦର୍ଶନ କରିବ ।
ଆସନ୍ତା ଶନିବାର ଦିନ ଗୋତମା ଏୟାର ଷ୍ଟ୍ରିପଠାରେ ବିଶାଳ ଜନସଭା ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସଭାରେ ଯୋଗଦେଇ ଉଦବୋଧନ ଦେବେ । ଏହା ସହିତ ରାଜ୍ୟ ସଭାପତି ମନମୋହନ ସାମଲ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ପ୍ରଭାରୀ ବିଜୟପାଲ ସିଂ ତୋମାର, ମନ୍ତ୍ରିମଣ୍ଡଳର ସଦସ୍ୟ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହିବେ । ସେହିଦିନ ଜୟ ନାମାଙ୍କନ ଭରିବେ ବୋଲି ଜୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।