ପୁରୀ : ଅନ୍ଲାଇନ୍ରେ ପୁଣି ମହାପ୍ରସାଦ ବିକ୍ରି ଅଭିଯୋଗ। ଏକ ଫୁଡ୍ ଆପ୍ ନାଁରେ ସାଇବର ଥାନାରେ ଏତଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନର ନିର୍ଦ୍ଦେଶରେ ଏତଲା ଦିଆଯାଇଛି।
ଅନଲାଇନରେ ଅନ୍ନପ୍ରସାଦ ମିଳିବା ନେଇ ଅନଲାଇନ ଖାଦ୍ୟ ଡେଲିଭରୀ କଂପାନୀ ପକ୍ଷରୁ ବିଜ୍ଞାପନ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କହିବା ଅନୁଯାୟୀ ଅନଲାଇନରେ ମହାପ୍ରସାଦ ବିକ୍ରି କରି ଜଗନ୍ନାଥଙ୍କୁ ଅପମାନ କରାଯାଉଛି । ମନ୍ଦିର ପ୍ରଶାସନ ପକ୍ଷରୁ ଅନ୍ଲାଇନ ବିକ୍ରି ପାଇଁ କୌଣସି ଅନୁମତି ଦିଆଯାଇନାହିଁ। କିଭଳି ଜଗନ୍ନାଥଙ୍କ ନାଁକୁ ବ୍ୟବହାର କରୁଛନ୍ତି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଅବଢ଼ା ବିଜ୍ଞାପନ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା । ଏକ ଫୁଡ୍ ଆପ୍ଲିକେସନର ବିଜ୍ଞାପନରେ ମାତ୍ର ୪୯ ଟଙ୍କାରେ ଅବଢ଼ା ଉପଲବ୍ଧ ଥିବା ବିଜ୍ଞାପନରେ ଉଲ୍ଲେଖ ରହିଥିଲା।କେବଳ ଅବଢ଼ା ନୁହେଁ ମାଆ ତାରିଣୀଙ୍କ ଅନ୍ନପ୍ରସାଦ, ବାବା ଆଖଣ୍ଡଳମଣିଙ୍କ ଅନ୍ନପ୍ରସାଦ ଓ ପ୍ରସାଦମ୍ ଟେମ୍ପୁଲ୍ ଅନ୍ନପ୍ରସାଦ ମାତ୍ର ୪୯ ଟଙ୍କାରେ ମିଳିବ ବୋଲି ଏହି ବିଜ୍ଞାପନରେ ଦର୍ଶାଯାଇଥିଲା। କାର୍ତ୍ତିକ ମାସ ପାଇଁ ଏହି ଅଫର ରଖିଛି ବୋଲି ଏହି ଅନଲାଇନ ଖାଦ୍ୟ ଡେଲିଭରୀ ଆପ୍ ବିଜ୍ଞାପନ ଦେଇଥିଲା । ତେବେ ମାମଲା ନେଇ ସଂପୃକ୍ତ ଖାଦ୍ୟ ଡେଲିଭରୀ ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ