ଭୁବନେଶ୍ୱର: ରାଜ୍ୟରେ ନୂଆପଡାର ପ୍ରଚାର ଜୋର ଧରିଲାଣି । ନୂଆପଡା ଉପ ନିର୍ବାଚନ ପାଇଁ ରାଜ୍ୟ ଉଠୁଛି ଆଉ ପଡୁଛି । ପ୍ରାର୍ଥୀ ଘୋଷଣା ହେବା ଦିନରୁ ପ୍ରଚାର ପୂରା ଜୋରସୋରରେ ଚାଲିଛି । ଗତକାଲି ବିଜେପି ତାର ପ୍ରଚାର ତାଲିକା ପ୍ରସ୍ତୁତ କରିଥିବା ବେଳେ ବିଜେଡି ମଧ୍ୟ ତାର ପ୍ରଚାର ତାଲିକା ପ୍ରସ୍ତୁତ କରିଛି । ୨ଟି ବ୍ଲକ ଓ ୨ ଏନଏସି ପାଇଁ ନେତାଙ୍କୁ ଦାୟିତ୍ଵ ବଣ୍ଟନ କରୁଛି। ଦୁଇ ବ୍ଲକ ପାଇଁ ୩୬ ଜଣ ନେତାଙ୍କୁ ଦାୟିତ୍ଵ ଦିଆଯାଇଛି। ନୂଆପଡ଼ା ବ୍ଲକ ପାଇଁ ୧୮, କୋମନା ବ୍ଲକ ପାଇଁ ୧୮ ଜଣଙ୍କୁ ଦାୟିତ୍ଵ ଦିଆଯାଇଛି। ସେହିପରି ୨ ଏନଏସି ପାଇଁ ୧୬ ଜଣ ନେତାଙ୍କୁ ଦାୟିତ୍ଵ ମିଳିଛି। ନୂଆପଡ଼ା ଏନଏସି ପାଇଁ ୮ ଏବଂ ଖରିଆଡ଼ ରୋଡ୍ ଏନଏସି ପାଇଁ ୮ ନେତାଙ୍କୁ ଦାୟିତ୍ଵ ଦିଆଯାଇଛି। ଏହି ବିଜ୍ଞପ୍ତି ଗୁରୁବାର ପ୍ରକାସ ପାଇଛି ।
ଏହି ତାଲିକାରେ ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସ ବର୍ମା, ଅରୁଣ ସାହୁ, ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ପ୍ରୀତିରଞ୍ଜନ ଘରାଇ, ଧ୍ରୁବ ସାହୁ, ମନୋହର ରନ୍ଧାରୀ, ପ୍ରଦୀପ ଦିସାରି ଏବଂ ତୁଷାରକାନ୍ତି ବେହେରାଙ୍କ ସମେତ ଅନ୍ୟମାନେ ସାମିଲ ଅଛନ୍ତି।
ସୂଚନା ଅନୁସାରେ, ପୂର୍ବରୁ ବିଜେପି ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ବାହାର ନେତୃବୃନ୍ଦ, କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ପ୍ରଚାର ମଙ୍ଗ ସମ୍ଭାଳିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ଼ ମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ଉପରେ ନୂଆପଡ଼ା ଦାୟିତ୍ୱ ଦିଆଯାଇଛି । ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ କରିବେ ପ୍ରଚାର ।
ସେହିପରି ୩ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ ଏବଂ ଅଶ୍ୱିନୀ ବୈଷ୍ଣବ, ୨ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ସୁନୀଲ ବଂଶଲ, ଅରୁଣ ରାଓ ଆଦି ସାମିଲ ରହିଛନ୍ତି ।