ରାୟଗଡ଼ା : କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ଖୋଲାଯାଇଛି।ସେଥିରୁ ୫୪ ଲକ୍ଷ ୧୫ ହଜାର ୯୦୨ ଟଙ୍କାର ନୋଟ୍ , ସୁନା ୬୪ ଗ୍ରାମ, ରୂପା ୧୭୬୪ ଗ୍ରାମ , ୧୪ ଟି ବିଦେଶୀ ମୁଦ୍ରା ସହ ଗୋଟିଏ ଅଚଳ ୫୦୦ ଟଙ୍କିଆ ବିଦେଶୀ ମୁଦ୍ରା ହୁଣ୍ଡିରୁ ମିଳିଛି। ସେହିଭଳି ଡିଜିଟାଲ ପେମେଣ୍ଟ ଭାବରେ ୧ଲକ୍ଷ ୭୯ ହଜାର ୧୧ ଟଙ୍କା ମିଳିଥିବା ନେଇ ଟ୍ରଷ୍ଟ ପକ୍ଷରୁ ସୂଚନା ଦେଇଛନ୍ତି । ଆଜିର ଗଣତି କାର୍ଯ୍ୟ ୟୁନିଅନ ବ୍ୟାଙ୍କ ରାୟଗଡ଼ା ଶାଖାକୁ ପ୍ରଦାନ କରାଯାଇଥିବା ବେଳେ ଏହି ଗଣତି କାର୍ଯ୍ୟରେ ବିଭିନ୍ନ ସାମାଜିକ ସଂଗଠନର ମହିଳା ଓ ସେଚ୍ଛାସେବୀ ଅନୁଷ୍ଠାନର ପ୍ରାୟ ୧୦୦ ଜଣ ମହିଳା ଆଜିର ଏହି ଗଣତି କାର୍ଯ୍ଯରେ ନିୟୋଜିତ ରହିଥିଲେ ।
ଦୁଇ ମାସ ବ୍ୟବଧାନ ପରେ ଆଜି ରାଜସ୍ବ ବିଭାଗ ଅଧିକାରୀ ଙ୍କ ଉପସ୍ଥିତ ରେ ସକାଳ ୧୦ ଟା ସମୟରେ ଦାନ ହୁଣ୍ଡି ଖୋଲାଯାଇଥିଲା ଯାହାକି ଏହାର ଗଣତି ଅପରାହ୍ନ ପ୍ରାୟ ୫.୩୦ ସମୟରେ ସମାପ୍ତ ହୋଇଥିଲା । ପୂର୍ବଥର ଦାନ ହୁଣ୍ଡିରୁ ନଗଦ ୧ କୋଟି ୨୨ ଲକ୍ଷ ୨୯ହଜାର ୬୨୩ ଟଙ୍କା , ୧୩୦୦ ଗ୍ରାମ ରୂପା ଓ ୩୨ ଗ୍ରାମ ସୁନା ବାହାରିବା ସହ ୯ଟି ବିଦେଶୀ ଓ ଅଚଳ ନୋଟ୍ ବାହାରିଥିଲା। ଏହାସହିତ ୟୂପିଆଇ ସ୍କାନରରେ ୩ଲକ୍ଷ ୯୭ହଜରା ୨୩୧ ଟଙ୍କା ବାହାରିଥିଲା। ଆଜିର ଏହି ଗଣତି କାର୍ଯ୍ୟ ପରେ ସମସ୍ତ ଦାନ ଅର୍ଥ ୟୁନିୟନ୍ ବ୍ଯାଙ୍କ ଅଫ୍ ଇଣ୍ଡିଆ ରେ ଗଣତି ପରେ ଜମା କରାଗଲା । ଏହି ଦାନ ହୁଣ୍ଡିରୁ ବାହାରି ଥିବା ଅର୍ଥ ମନ୍ଦିରର ଉନ୍ନତି, ପରିଚାଳନା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ଖର୍ଚ୍ଚ ହେବ ବୋଲି ମନ୍ଦିର ପରିଚାଳନା ଟ୍ରଷ୍ଟର ସଭାପତି ସୂଚନା ଦେଇଛନ୍ତି।