ଭୁବନେଶ୍ୱର :ଛାତ୍ରୀଛାତ୍ରମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ଆସନ୍ତା ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା । OSEPA ପକ୍ଷରୁ ଛାତ୍ରୀଛାତ୍ରମାନଙ୍କ ପାଇଁ ସୋମବାର ଏହି ଘୋଷଣା କରାଯାଇଛି।
ଶିଶୁବାଟିକା-୩ରୁ ଅଷ୍ଟମ ଶ୍ରେଣୀ ଯାଏ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏହି ପରୀକ୍ଷା କରାଯିବ ବୋଲି OSEPA ପକ୍ଷରୁ ଅବଗତ କରାଯାଇଛି। ସମେଟିଭ-୧ ପରୀକ୍ଷାକୁ ଠିକ୍ ସମୟରେ ସୂଚାରୁ ଭାବେ କରିବାକୁ ଡିଇଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଦକ୍ଷେପ ନେଇ ସମୟ ମଧ୍ୟରେ ପରୀକ୍ଷା ପ୍ରକ୍ରିୟା ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।
ପୂର୍ବରୁ ଜାରି ହୋଇଥିବା ଆସେସମେଣ୍ଟ ଫ୍ରେମୱାର୍କ ଫର୍ ସ୍କୁଲ ଏଜୁକେସନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଏ ନିର୍ଦ୍ଦେଶକୁ ଅତି ଆବଶ୍ଯକ ଭାବେ ଗୁରୁତ୍ୱ ଦିଆଯାଇଛି । ଚଳିତ ଶିକ୍ଷାବର୍ଷରେ ନୂଆ ମୂଲ୍ୟାୟନ ବ୍ୟବସ୍ଥା ଅନୁସାରେ ବିଦ୍ୟାର୍ଥୀଙ୍କ ଶିକ୍ଷାର ଅଗ୍ରଗତିର ନିୟମିତ ଆକଳନ ଉପରେ ଗୁରୁତ୍ୱ ଦିଆଯାଉଛି ।