ଖରାରୁ ମିଳିବ ତ୍ରାହି । ତାତିରେ ଲାଗିବ ବ୍ରେକ । ଆସନ୍ତା 24 ଘଣ୍ଟା ଭିତରେ ବର୍ଷା ହେବା ସହିତ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି । ଚାରି ଦିନ ପ୍ରର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଗର ପରିବର୍ତ୍ତନ ଦେଖିବାକୁ ମିଳିପାରେ । 6 ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସର୍ତକତାର ସୂଚନା ଯାରି କରାଯାଇଛି ।
ଆସନ୍ତା ୨୪ ଘଣ୍ଟାରେ ସାରା ରାଜ୍ୟରେ ବର୍ଷା ହେବାକୁ ଥିବାବେଳେ ବିଜୁଳି ଘଡ଼ଘଡି଼ ବର୍ଷା ପାଇଁ ୨୫ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି ମୟୂରଭଞ୍ଜ କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ଇତ୍ୟାଦି । ବର୍ଷା ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ ରୁ ୪୦ କିମି ରହିବ। ସେହିପରି ଆଜି ଉତ୍ତର ଓଡି଼ଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ୧୯ ତାରିଖ ବେଳକୁ କାଳବୈଶାଖୀ ଅଧିକ ସକ୍ରିୟ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳ ଓଡି଼ଶାର କିଛି ଜିଲ୍ଲାରେ ବର୍ଷା ସହିତ ପବନର ବେଗ ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ରହିବ। ତା'ସହିତ କାଳବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ଭାରି ବର୍ଷା ପାଇଁ ପୂର୍ବାନୁମାନ କରାଯାଇଛି। ମୁଖ୍ୟତଃ କେନ୍ଦୁଝର , ମୟୂରଭଞ୍ଜ, ଦେବଗଡ଼, ଅନୁଗୋଳ, ଯାଜପୁର, ଢେଙ୍କାନାଳ, ବାଲେଶ୍ବର ଓ ଭଦ୍ରକରେ ବର୍ଷାର ପରିମାଣ ଅଧିକ ରହିବ। ବର୍ଷାକୁ ନେଇ ଏହି ୮ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେପଟେ ପଶ୍ଚିମାଝଡ଼ ପ୍ରଭାବରେ ମଧ୍ୟ ବିଜୁଳି, ଘଡ଼ଘଡି଼ ସହ ବର୍ଷା ହେଉଛି । ଆଭ୍ୟନ୍ତରିଣ ଓଡି଼ଶାରେ ତାପମାତ୍ରା ବିଶେଷ ପରିବର୍ତ୍ତନ ହେଉନାହିଁ।
ଅଧିକା ପଢନ୍ତୁ : ଛାତ୍ରୀଙ୍କୁ ରୋଗୀ ସଜେଇ ଦେଲେ ରାଜ୍ୟ ସରକାର