ଫାୟାର ସାର୍ଟିଫିକେଟ ପ୍ରଦାନ କରିବାକୁ ଲାଞ୍ଚ ନେଇ ଅଗ୍ନିଶମ ଅଧିକାରୀ ଗିରଫ
Khabar Odisha:Firefighters-arrested-for-trying-to-take-a-bribe
କଳାହାଣ୍ଡି, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା):

କଳାହାଣ୍ଡି ଜିଲ୍ଲାର ନର୍ଲାଠାରେ ଜଣେ ବ୍ୟକ୍ତିଙ୍କୁ ଫାୟାର ସାର୍ଟିଫିକେଟ ପ୍ରଦାନ କରିବାକୁ ଲାଞ୍ଚ ନେଉଥିବା ବେଳେ ସ୍ଥାନୀୟ ଅଗ୍ନିଶମ ଅଧିକାରୀ ଗିରଫ ହୋଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ବରୁଣ କୁମାର ସାହୁ ନାମକ ବ୍ୟକ୍ତିଙ୍କର କାରଟି କୌଣସି କାରଣରୁ ଜଳି ଯାଇଥିଲା ।

ସେ ଏକ ଫାୟାର ସାର୍ଟିଫିକେଟ ପାଇଁ ନର୍ଲା ଅଗ୍ନିଶମ କେନ୍ଦ୍ରକୁ ଯାଇଥିଲେ । କିନ୍ତୁ ସ୍ଥାନୀୟ ଅଗ୍ନିଶମ ଅଧିକାରୀ ଅନୁପମ ବାଗ ସାର୍ଟିଫିକେଟ ଦେବାକୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ବରୁଣ ବାଧ୍ୟ ହୋଇ ଭିଜିଲାନ୍ସକୁ ଏହି ସୂଚନା ଦେଇଥିଲେ ।ଯୋଜନାନୁସାରେ ବୁଧବାର ବରୁଣ ଅଗ୍ନିଶମ ଅଧିକାରୀଙ୍କୁ ୪ ହଜାର ଟଙ୍କା ଲାଞ୍ଚ ଦେଇଥିଲେ । ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ଶ୍ରୀ ବାଗଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କା ଜବତ କରିଛନ୍ତି ।

  • Tags:

Subscribe

National International State Sports Entertainment