ଏଫ୍ଆଇଏଚ୍ ମହିଳା ହକି ଜୁନିଅର ବିଶ୍ୱକପରେ ଚମକିବେ ଓଡ଼ିଆର ୫ ଜଣ ଖେଳାଳି । ଆଜିଠୁ ଆରମ୍ଭ ହେଉଛି ଏଫ୍ଆଇଏଚ୍ ମହିଳା ହକି ଜୁନିଅର ବିଶ୍ୱକପ ଯାହା ଚିଲିର ସାଣ୍ଟିଆଗୋରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ହେଉଛି ମହିଳା ହକି ଜୁନିଅର ବିଶ୍ୱକପର ଦଶମ ସଂସ୍କରଣ। ତେବେ ଏଥିରେ ୫ଟି ମହାଦେଶରୁ ମୋଟ୍ ୧୬ଟି ଦଳ ଭାଗ ନେଇଛନ୍ତି । ଭାରତୀୟ ଦଳ ପୁଲ୍ ସି’ରେ ରହିଥିଲାବେଳେ ଭାରତୀୟ ଟିମ ଏଥର କାନାଡ଼ା, ବେଲଜିୟମ ଓ ଜର୍ମାନୀ ସହ ଖେଳିବ ।
ବିଶ୍ୱରେ ଶୀର୍ଷ ସ୍ଥାନକୁ ଆସି ପାରିଛି ଭାରତୀୟ ଟିମ । ଯାହାର ଫଳ ସ୍ୱରୂପ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି । ତେବେ ଆଜି ହେଉଛି ମହିଳା ହକି ଜୁନିଅର ବିଶ୍ୱକପର ଦଶମ ସଂସ୍କରଣର ପ୍ରଥମ ଦିନ । ଏହି ପ୍ରଥମ ମ୍ୟାଚ କାନାଡ଼ା ସହ ଖେଳିବ ଭାରତୀୟ ଟିମ । ଏଥିସହ ନଭେମ୍ବର ୩୦ରେ ଜର୍ମାନୀ ଏବଂ ଡିସେମ୍ବର ୨ରେ ଭାରତ ବେଲଜିୟମ ସହ ମୁହାଁମୁହିଁ ହେବ ଭାରତ । ଏହି ତିନୋଟି ମ୍ୟାଚ ଭିତରୁ ୨ଟି ମ୍ୟାଚ ଜିତିଲେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ପାରିବ ଭାରତ ଟିମ । ଭାରତୀୟ ଦଳ ଏବେ ଉଚ୍ଚ ସ୍ଥିତିରେ ରହିଥିଲା ବେଳେ ଏହି ବିଶ୍ଵକପରେ କ୍ୱାର୍ଟର ପଥ ସୁଗମ ଆଶା ରହିଛି ।
ଏହାରିଭିତରେ ଓଡିଶାରୁ ୫ ଜଣ ଖେଳାଳି ମହିଳା ହକି ଜୁନିଅର ବିଶ୍ୱକପରେ ଖେଳିବାର ସୁଯୋଗ ପାଇଛନ୍ତି । ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା।ତେବେ ଓଡ଼ିଶାର ୫ ଜଣ ଖେଳାଳି ହେଲେ ଗୋଲକିପର ମାଧୁରୀକିଣ୍ଡୋ,ମିଡଫିଲଡର ଜ୍ୟୋତି ଛତ୍ରୀ, ସୁଜାତା କୁଜୁର ଏବଂ ଫରୱାର୍ଡ ଦୀପି ମୋନିକା ଟସ୍ପୋ ଓ ସୁନେଲିତା ଟପ୍ପା। ସେମାନଙ୍କ ମଧ୍ୟରୁ ଜ୍ୟୋତି ଏବଂ ଦୀପି ମୋନିକା ଉଭୟ କଳିଙ୍ଗ ଷ୍ଟାଡିୟମରେ ଥିବା ଓଡ଼ିଶା ନାଭାଲ ଟାଟା ହକି ଉତ୍କର୍ଷ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଛନ୍ତି। ଓଡ଼ିଶାର ଏହି ୫ ଜଣ ଖେଳାଳିଙ୍କ ପାଇଁ ସମସ୍ତେ ଗର୍ବିତ ।
ଗତ ସଂସ୍କରଣରେ ଭାରତ ପୁଲ ଏ'ରେ ରହିଥିଲାବେଳେ ଜର୍ମାନୀ, ୱେଲ୍ସ ଓ ମାଲେସିଆକୁ ପରାଜିତ କରି କ୍ୱାର୍ଟରରେ ପ୍ରବେଶ କରିଥିଲା। କ୍ୱାର୍ଟରରେ ମଧ୍ୟ ଦକ୍ଷିଣ କୋରିଆକୁ ହରାଇଥିଲା। କିନ୍ତୁ ସେମି ଫାଇନାଲରେ ନେଦରଲାଣ୍ଡସ ଠାରୁ ପରାଜିତ ହୋଇ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲା। ବ୍ରୋଞ୍ଜ ଲଢ଼େଇରେ ଇଂଲଣ୍ଡ ସହ ସଂଘର୍ଷ କରି ଶେଷରେ ସୁଟ୍ ଆଉଟରେ ପରାଜିତ ହୋଇଥିଲା । ତେବେ ଚଳିତ ସଂସ୍କରଣରେ ଭାରତଭଲ ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିବା ସହ କପ ଜିତିବ ବୋଲି ଆଶା ଅଛି |
ଅଧିକ ପଢନ୍ତୁ:ଶୁଭମନ ଗିଲ୍ ହେଲେ ଗୁଜୁରାଟ ଟାଇଟାନ୍ସର ନୂଆ କ୍ୟାପଟେନ୍