ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟାନ୍ସ ଛାଡି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି । ପାଣ୍ଡ୍ୟା ଚାଲିଯିବା ମାତ୍ରେ ଗୁଜୁରାଟ ଦଳ ପାଇଁ ଏକ ନୂଆ ଅଧିନାୟକ ଚୟନ ହୋଇଛି । ଗୁଜରାଟର ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲଙ୍କୁ ଅଧିନାୟକ ରୂପେ ଚୟନ କରିଛି ଦଳ । ଗୁଜୁରାଟ ଟାଇଟାନ୍ସ ଅଫିସିଆଲ ପେଜରେ ଶୁଭମନ ଗିଲଙ୍କୁ ଅଧିନାୟକ ବୋଲି ଘୋଷଣା କରିଛି।
ପାଣ୍ଡ୍ୟାଙ୍କୁ ୨୦୨୨ ମସିହାରେ ଗୁଜୁରାଟର ଅଧିନାୟକ କରାଯାଇଥିଲା। ଦଳ ମଧ୍ୟ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଚାମ୍ପିୟନ ହୋଇଥିଲେ। ପାଣ୍ଡ୍ୟା ଚାଲିଯିବା ମାତ୍ରେ ଦଳ ଶୁଭମନଙ୍କୁ ଅଧିନାୟକ କରାଯାଇଛି। ଶୁଭମନ ଗିଲ କ୍ୟାରିୟର ଟପ ଫର୍ମରେ ଅଛନ୍ତି । ଶୁଭମନ ଗିଲ ଏପର୍ଯ୍ୟନ୍ତ ୯୧ ଟି ମ୍ୟାଚ୍ ଖେଳି ୨୭୯୦ ରନ୍ ସ୍କୋର କରିଛନ୍ତି ଯେଉଁଥିରେ ସେ ୩ ଶତକ ହାସଲ କରିଛନ୍ତି। ଏହା ସହିତ ସେ ୧୮ ଅର୍ଦ୍ଧଶତକ ହାସଲ କରିଛନ୍ତି । ଯୁବ ତାରକାଙ୍କୁ ଅଧିନାୟକ ଭାର ମିଳିଥିବାବେଳେ ସେ ଏ ଭାରକୁ କିଭଳି ସମ୍ଭାଳୁଛନ୍ତି ତାହା ୨୦୨୪ ଆଇପିଏଲରେ ଜଣା ପଡିବ ।
ଅଧିକ ପଢନ୍ତୁ : ମୁମ୍ବାଇ ଇଂଡିଆନ୍ସକୁ ଫେରିଲେ ହାର୍ଦ୍ଦିକ