ଆଇପିଏଲ୍ ୨୦୨୪ ଆରମ୍ଭ ହେବା ପୂର୍ବରୁ, ରବିବାର (୨୬ ନଭେମ୍ବର) ଦିନ ସମସ୍ତ ୧୦ ଟି ଦଳ କେଉଁ ଖେଳାଳିଙ୍କୁ ରଖିବେ ଏବଂ କେଉଁ ଖେଳାଳିଙ୍କୁ ବାହାର କରିବେ ସେ ନେଇ ତାଲିକା ପ୍ରକାଶ କରିଥିଲେ । ଏଥିରେ ଅନେକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ସାମ୍ନାକୁ ଆସିଲା । ସୋସିଆଲ ମିଡିଆରେ ଏକ ଚର୍ଚ୍ଚା ଚାଲିଥିଲା , ଯେଉଁଥିରେ ଶୁଣିବାକୁ ମିଳିଥିଲା କି ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଂଡିଆନ୍ସକୁ ଫେରିବେ ଓ ରୋହିତ ଶର୍ମା ଗୁଜୁରାଟ ଟାଇଟନ୍ସକୁ ଯିବେ । କିନ୍ତୁ ରୀଟେନ କରାଯାଇଥିବା ଲିଷ୍ଟ ସେ ଚର୍ଚ୍ଚାକୁ ମିଛ ପ୍ରମାଣ କରିଥିଲା । କିନ୍ତୁ ପ୍ରାୟ ୨ ଘଣ୍ଟା ପରେ, ସବୁଠୁ ବଡ ଖବର ବାହାରିଲା । ସୋସିଆଲ ମିଡିଆରେ ଚାଲିଥିବା ଚର୍ଚ୍ଚା ସତ ହେବାରେ ଲାଗିଲା ଏବଂ ଆଇପିଏଲ୍ ଇତିହାସର ସବୁଠାରୁ ବଡ ଟ୍ରେଡ଼ ଦେଖିବାକୁ ମିଳିଲା । ଗୁଜୁରାଟ ଟାଇଟାନ୍ସ (ଜିଟି) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଛାଡ଼ି ପୁରୁଣା ଦଳ ମୁମ୍ବାଇ ଇଂଡିଆନ୍ସକୁ ଫେରିଗଲେ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି । ଗୁଜୁରାଟ ଟାଇଟନ୍ସର ସଫଳ କ୍ୟାପଟେନଙ୍କ ଟ୍ରେଡ଼ ସମସ୍ତଙ୍କୁ ଚକିତ କରିଦେଇଛି । କିନ୍ତୁ ମୁମ୍ବାଇ ଇଂଡିଆନ୍ସ ଫ୍ୟାନ୍ସ ବେଶ ଖୁସି ଅଛନ୍ତି ।
ଅଧିକ ପଢନ୍ତୁ : ଆବେଶ ଖାନ ଗଲେ ରାଜସ୍ଥାନ ରୟାଲ୍ସ , ଦେବଦତ୍ତ ପଡ଼ିକଲ ଗଲେ ଲଖନଉ ସୁପର ଜିଆଣ୍ଟସ୍