ଆଇପିଏଲର ଟ୍ରେଡ଼ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆବେଶ ଖାନଙ୍କୁ ଲଖନଉ ସୁପର ଜିଆଣ୍ଟସ୍ (ଏଲଏସଜି) ରୁ ରାଜସ୍ଥାନ ରୟାଲ୍ସ (ଆରଆର) କୁ ଟ୍ରେଡ଼ କରି ଅଣାଯାଇଥିବାବେଳେ ଦେବଦତ୍ତ ପଡ଼ିକଲଙ୍କୁ ରାଜସ୍ଥାନ ରୟାଲ୍ସ ରୁ ଲଖନଉ ସୁପର ଜିଆଣ୍ଟସକୁ ୨୦୨୪ ଟାଟା ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ପାଇଁ ଟ୍ରେଡ଼ କରାଯାଇଛି । ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ଅଫିସିଆଲ ଏକ୍ସ (ଟ୍ୱିଟର) ପେଜରେ ଏହା ପୋଷ୍ଟ କରାଯାଇଛି । ଆଭେଶ ଖାନ ବର୍ତ୍ତମାନ ସୁଦ୍ଧା ଆଇପିଏଲରେ ୪୭ ଟି ଆଇପିଏଲ୍ ମ୍ୟାଚ୍ ଖେଳି ୫୫ ଟି ଆଇପିଏଲ୍ ୱିକେଟ୍ ନେଇସାରିଛନ୍ତି । ଫାଷ୍ଟ ବୋଲିଂ କରୁଥିବା ଆଭେଶ ଲଖନଉ ସୁପର ଜିଆଣ୍ଟସ୍ ସହ ୨୦୨୨ ରେ ଯୋଗ ଦେବା ପରେ ୨୨ ଟି ମ୍ୟାଚ୍ ଖେଳି ୨୬ ଟି ୱିକେଟ୍ ନେଇଥିଲେ । ୨୦୨୪ ଆଇପିଏଲ ପାଇଁ ରାଜସ୍ଥାନ ରୟାଲ୍ସ କୁ ସମାନ ଦରମା ସହ ଟ୍ରେଡ଼ ହୋଇଛନ୍ତି । ଅନ୍ୟପକ୍ଷରେ ଦେବଦତ୍ତ ପଡ଼ିକଲ ମଧ୍ୟ ସମାନ ଦରମାରେ ରାଜସ୍ତାନ ରୟାଲ୍ସ ରୁ ଲଖନଉ ସୁପର ଜିଆଣ୍ଟସକୁ ଟ୍ରେଡ଼ ହୋଇଛନ୍ତି । ବାମହାତୀ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ୫୭ ଟି ଆଇପିଏଲ୍ ମ୍ୟାଚ୍ ଖେଳିଥିବାବେଳେ ଗୋଟିଏ ଶତକ ଓ ୯ ଟି ଅର୍ଦ୍ଧ ଶତକ ସହ ୧୫୨୧ ରନ୍ ସଂଗ୍ରହ କରିଛନ୍ତି। ସେ ୨୦୨୨ ରେ ରାଜସ୍ଥାନ ରୟାଲ୍ସ ରେ ଯୋଗ ଦେଇଥିଲେ ଏବଂ ୨୮ ଟି ମ୍ୟାଚ୍ ଖେଳିଥିବାବେଳେ ୬୩୭ ରନ୍ ସ୍କୋର କରିଥିଲେ।
ଅଧିକ ପଢନ୍ତୁ : ଦିନିକିଆ ବିଶ୍ୱକପ୍ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ